କାକଟପୁରରେ ଉତ୍ସାହଜନକ ମତଦାନ,

:-ଓଡିଶା ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ତଥା ଗଣତନ୍ତ୍ର ମହାନ ପର୍ବରେ ସାମିଲ ହେବା ପାଈଁ ବୁଥ୍ ଆଗରେ ଭୋଟର ଙ୍କ ଲମ୍ବା ଲାଇନି ଦେଖିବାକୁ ମିଳିଥିଲା। ନେତା ଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତା। ସମସ୍ତ ଙ୍କ ମନରେ ଭୋଟ ଦେବାର ଉତ୍କଣ୍ଠା। ଚେହେରା ରୁ ବାରି ହୋଇ ପଡୁଥିଲା ଦେଶର ସଚେତନ ନାଗରିକଅଧିକାର ସାବ୍ୟସ୍ତ ସହିତ କର୍ତ୍ତବ୍ୟ ସମ୍ପାଦନ କରିବା ଆଗ୍ରହ। କାକଟପୁର ନିର୍ବାଚନ ମଣ୍ଡଳୀଟି ଅସ୍ତରଙ୍ଗ ବ୍ଲକର ୧୫ଟି ପଂଚାୟତ, କାକଟପୁର ବ୍ଲକର ୧୬ପଂଚାୟତ, ଗୋପ ବ୍ଲକର ୧୪ପଂଚାୟତ ସହ କୋଣାର୍କ ଏନଏସି ର ୧୩ଟି ୱାର୍ଡ କୁ ନେଇ ଗଠିତ ହୋଇଥିବା ବେଳେ ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୪୪ହଜାର ୧୦୬ଜଣ ଭୋଟର ସେଥି ମଧ୍ୟରୁ ପୁରୁଷ ୧ଲକ୍ଷ ୨୫ହଜାର ୯୩୯ଜଣ, ମହିଳା ଭୋଟର ୧ଲକ୍ଷ ୧୮ହଜାର ୧୬୩ଜଣ ଓ ଅନ୍ୟାନ୍ୟ ୪ଜଣ।

ନିର୍ବାଚନ ମଣ୍ଡଳୀ ରେ ୧୧ଜଣ ପ୍ରାଥୀ ପ୍ରତିଦ୍ବଦିତା କରୁଛନ୍ତି।୨୮୦ଟି ବୁଥ୍ ହୋଇଥିବା ବେଳେ ସେଥିମଧ୍ୟରେ କାକଟପୁର ବ୍ଲକରେ ୧୦୨ଟି ବୁଥ୍, ଅସ୍ତରଙ୍ଗ ରେ ୮୯ବୁଥ୍ ଓ ଗୋପ ରେ ୮୯ଟି ବୁଥ୍ ରହିଛି ସେଥି ମଧ୍ୟରୁ ଅସ୍ତରଙ୍ଗ ରେ ୨୦ଟି ସଖି ବୁଥ୍ କାକଟପୁର ରେ ୧୮ଟି ସଖି ବୁଥ୍। ସଖି ବୁଥ୍ କେବଳ ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଏହା ସହ ମଡେଲ ବୁଥ୍ ଗୁଡିକ ୬ଭାଗରେ ବିଭକ୍ତ ସଖି, ଯୁବଭୋଟର, ଭିନ୍ନକ୍ଷମ, ସମ୍ବେଦନଶୀଳ, ଇକୋଫ୍ରେଣ୍ଡଲି ଓ ଏଥିନିକ ବୁଥ୍ କରାଯାଇଛି। କାକଟପୁର ସରକାରୀ ବାଳିକା ବିଦ୍ୟାଳୟ ରେ ପାନ ର ଥିମ କରାଯାଇଛି ବୁଥ୍ ପରିସରରେ।ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ।ସୁରକ୍ଷା ଦୃଷ୍ଟିରୁ ପୋଲିସ ପ୍ରଶାସନ ପକ୍ଷରୁ ଜଣେ ଅତିରିକ୍ତ ଏସ୍ପି, ୩ ଜଣ DSP ଓ ୧୧ଇନିସ୍ପେକ୍ଟର ଙ୍କ ସହ ୨୭ଟି ମୋବାଇଲି ଟିମ୍,୩ଟି ସ୍ପେସିଆଲ ମୋବାଇଲି ପାର୍ଟି, କୁଇକି ରେସପେକ୍ଟ ଟିମ୍ ସହ ସଶସ୍ତ୍ର ସଜ୍ଜିତ ବନ୍ଧୁକ ଧାରୀ ଦେଢ଼ କମ୍ପାନୀ ନିୟୋଜିତ ହୋଇଛନ୍ତି।ଗଣତନ୍ତ୍ର ର ମହାପର୍ବରେ ସାମିଲ ହେବାକୁ ସମସ୍ତେ ଉତ୍କଣ୍ଠାର ସହ ମତଦାନ କରିଥିଲେ।

Leave a Reply

Your email address will not be published. Required fields are marked *