ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି

ପୁରୀ- ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗର ବ୍ୟାପକ ପ୍ରସ୍ତୁତି।ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ, ଏଡିଜି ସୌମ୍ୟା ମିଶ୍ର ଉପସ୍ଥିତ ରହି ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେଇଛନ୍ତି।ଜନଗହଳି ପାଇଁ ଜଳସିଞ୍ଚନ,ଲୋକଙ୍କୁ ସୁରକ୍ଷିତ ଉଦ୍ଧାର,ସୁରକ୍ଷିତ ସମୁଦ୍ର ସ୍ନାନ,ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ଅଗ୍ନିଶମ ବିଭାଗ ପ୍ରସ୍ତୁତି କରିଛି।ତିନି ରଥର ସୁରକ୍ଷା ପାଇଁ ତିନଟି ଫାୟାର ଫାଇଟିଙ୍ଗ ଟିମ ସହ ଅଗ୍ନି ନିର୍ବାପକ ବ୍ୟବସ୍ଥା ରହିବ । ସମୁଦ୍ରରେ ଦୁର୍ଘଟଣା ଜନିତ ଅଘଟଣ ରୋକିବା ପାଇଁ 39ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନେଇ ତିନଟି ସ୍ୱତନ୍ତ୍ର ଟିମ ଓ 90 ଜଣ ଲାଇଫ ଗାର୍ଡ ଓ 300ଜଣ ଘରୋଇ ଲାଇଫ ଗାର୍ଡ ମୁତୟନ । ଅଂଶୁଘାତ ଜନିତ ସୁରକ୍ଷା ପାଇଁ 15ଟି କୁଇକ ରେସ୍ପନ୍ସ ଟିମ ଓ 8ଟି ୱାଟର ଟ୍ୟାଙ୍କର ମୁତୟନ ହୋଇଛନ୍ତି । ପଞ୍ଚତୀର୍ଥ ପୁଷ୍କରିଣୀ ରେ ଅତ୍ୟାଧୁନିକ ପାୱାର ବୋଟ ସହ ଉଦ୍ଧାରକାରୀ ସମସ୍ଥ ସରଞ୍ଜାମ ରହିବ | ଗତ ଦୁଇବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଅଗ୍ନିଶମ ଗାଡି, ୱାଟର ଟ୍ୟାଙ୍କର, ୱାଟର ସ୍ପ୍ରିଙ୍କଲର ଓ କର୍ମଚାରୀ ନିୟୋଜନ କରାଯାଇଛି | ବର୍ଷା ହେଲେ ଜଳ ନିଷ୍କାସନ ସମସ୍ୟା ସମାଧାନ ପାଇଁ 10ଟି ଫାୟାର ପମ୍ପ ରହିବ | କୌଣସି ଆପଦକାଳୀନ ପରିସ୍ଥିତି ପାଇଁ ଏକ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ପୁରୀ ଅଗ୍ନିଶମ କେନ୍ଦ୍ରରେ 24ଘଣ୍ଟିଆ କାର୍ଯ୍ୟ କରିବ ବୋଲି ଅଗ୍ନିଶମ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି |

Leave a Reply

Your email address will not be published. Required fields are marked *