ନବଯୌବନ ଓ ଉଭାଯାତ୍ରାରେ ଦୁଇଦିନ ଧରି ଭକ୍ତମାନେ କରିପାରିବେ ମହାପ୍ରଭୁଙ୍କ ଦର୍ଶନ

ନବଯୌବନ ଓ ଉଭାଯାତ୍ରାରେ ଦୁଇଦିନ ଧରି ଭକ୍ତମାନେ କରିପାରିବେ ମହାପ୍ରଭୁଙ୍କ ଦର୍ଶନ। ଆସନ୍ତାକାଲି ନବଯୌବନ ଦର୍ଶନ। ସକାଳ ୮ଟାରେ ତାଟି ଫିଟିବା ପରେ ୧ଘଣ୍ଟା ରହିବ ପରିମାଣିକ ଟିକେଟ ଦର୍ଶନ। ସକାଳ ୯ଟାରୁ ରାତି ସାଢେ ୧୨ଟା ପର୍ଯ୍ଯନ୍ତ ସର୍ବସାଧାରଣ ଦର୍ଶନ କରାଯିବ। ହେଲେ ନିତିକୁ ନେଇ ସାଢେ ୧୦ଟାରୁ ୨ଟା ଅପରାହ୍ନ ୩ଟାରୁ ୬ଟା, ସାଢେ ୬ଟାରୁ ରାତି ୯ଟା ଓ ରାତି ସାଢେ ୧ରୁ ସାଢେ ୧୧ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ସେହିପରି ଅପରାହ୍ନ ୨ଟାରୁ ୩ଟା ଏକ ଘଣ୍ଟା ଦର୍ଶନ ହେବ। ସଂନ୍ଧ୍ଯା ୬ଟାରୁ ସାଢେ ୬ଟା, ରାତ୍ର ୯ଟାରୁ ସାଢେ ୧୦ଟା ଓ ରାତିରେ ସାଢେ ୧୧ଟାରୁ ସାଢେ ୧୨ଟା ସର୍ବସାଧାରଣ ହେବ। ସେପଟେ ତାପରଦିନ ଉଭାଯାତ୍ରା ରହିଥିବାରୁ ସକାଳ ୪ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିବ ସର୍ବସାଧାରଣ ଦର୍ଶନ। ତେବେ ନିତି ଅନୁସାରେ ସକାଳ ସାଢେ ୬ଟାରୁ ଦିନ ସାଢେ ୧୨ଟା , ଅପରାହ୍ନ ସାଢେ ୧ଟାରୁ ସାଢେ ୩ଟା ଯାଏଁ ଦର୍ଶନ ବନ୍ଦ ରହିବ। ଅନ୍ଯ ସମୟରେ ଦର୍ଶନ ସଂନ୍ଧ୍ୟା ୫ଟା ଯାଏ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *