ପତିତପାବନ ବିଗ୍ରହ
ପତିତପାବନ ବିଗ୍ରହ
🖊️କବିରତ୍ନ ନୂତନ କୁମାର ବେହେରା
ପତିତ ପାବନ ବାନା ଉଡ଼େ ନୀଳଚକ୍ରେ
ପତିତ ଉଦ୍ଧାର ଲାଗି ପ୍ରଭୁ
ଅଛନ୍ତି ପରା ଶ୍ରୀକ୍ଷେତ୍ରେ…,
ଭାବେ ଭାବଗ୍ରାହୀ ଚାହିଁଛନ୍ତି ଚକାନେତ୍ରେ
ସେ କୃପାସିନ୍ଧୁ ସେ ମହାବାହୁ
ଶୁଣନ୍ତି ଡାକିବା ମାତ୍ରେ….।୦।
ସିଂହଦ୍ବାର ଗୁମୁଟର ଡାହାଣ ପଟରେ
ସେ ପତିତପାବନ ବିଗ୍ରହ
ଉଭା ପ୍ରବେଶ ପଥରେ…,
କମନୀୟ ରୂପକାନ୍ତି ଦେଖି ଆନନ୍ଦରେ
ଭକତ ଭୁଲଇ ମାୟା ମୋହ
ସୁଖେ ରହେ ସଂସାରରେ…।୧।
ଶରଧା ଓ ବିଶ୍ଵାସର ପ୍ରତୀକ ଭାବରେ
ପତିତପାବନ ଜଗନ୍ନାଥ
ରହିଛନ୍ତି ସିଂହଦ୍ବାରେ….,
ଭକ୍ତ ଶ୍ରୀମନ୍ଦିର ରତନ ସିଂହାସନରେ
ନପାଇ ଦର୍ଶନର ସୁଯୋଗ
ଦେଖଇ ତାଙ୍କୁ ଏଠାରେ…।୨।
ପତିତପାବନ ବିଗ୍ରହ ଦେଖି ପାଖରେ
ପୂରଣ ହୁଏ ଭକ୍ତର ଆଶା
ଭବ ଭୟରୁ ସେ ତରେ…,
ସ୍ଵର୍ଗଦ୍ଵାରକୁ ଶବ ନେଲେ ତା’ ସମ୍ମୁଖରେ
ଘୁଞ୍ଚିଯାଏ ଯେତେକ ଦୁର୍ଦ୍ଦଶା
ଆତ୍ମା ରହେ ବୈକୁଣ୍ଠରେ…।୩।
ପତିତ ଯେ ଦୀନ ଅକିଞ୍ଚନ ଅବସ୍ଥାରେ
ପ୍ରଭୁଙ୍କଠାରୁ ପାଏ କରୁଣା
ଦୁଃଖ ତାର ଯାଏ ଦୂରେ…,
ଚତୁର୍ଦ୍ଧା ମୂରତି ଶ୍ରୀବିଗ୍ରହ ସ୍ବରୂପରେ
ରହି ସଦା ଦିଅନ୍ତି ପ୍ରେରଣା
ଶ୍ରୀମନ୍ଦିର ସିଂହଦ୍ୱାରେ…।୪।
ଯିଏ ଅନାଦି ଅନନ୍ତ ବ୍ରହ୍ମ ଜଗତରେ
ବୁଝିବା କଷ୍ଟ ତାଙ୍କ ମହିମା
ଭାବେ ଥା’ନ୍ତି ଅନ୍ତରରେ…,
ସତ୍ୟ ନିଷ୍ଠା ରଖି ସଦା ପବିତ୍ର ମନରେ
ପୂଜିଲେ ମିଳେ ଦୋଷରୁ କ୍ଷମା
ରଖନ୍ତି ସେ ଶରଣରେ…।୫।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
