ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା କୁ ଭୁଲିଲେ ଯୁବ ପିଢି!
ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତି ଓ ପରମମ୍ପରାକୁ ଭୁଲି ଯୁବପୀଢ଼ି ନନ୍ଦା ଭଦ୍ରା ଡଙ୍ଗାରେ ବସି କଲେ reels | ଏବେ ଯୁବ ପୀଢ଼ିଙ୍କୁ ବାୟା କରିଛି reels | ଏହା ମଧ୍ୟରେ ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି ଯୁବପୀଢ଼ି | ୨୦ ତାରିଖ ଅକ୍ଷୟ ତୃତୀୟା ଠାରୁ ସେହି ଡଙ୍ଗାରେ ବସି ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁ ଜଳକ୍ରୀଡା କରିବେ | ତେଣୁ ମହାପ୍ରଭୁଙ୍କ ପାଇଁ ଥିବା ଏହି ପବିତ୍ର ଡଙ୍ଗାରେ ବସି reels କରିବା କେତେ ଦୂର ଠିକ ସେ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି | ଏହି ଭିଡ଼ିଓ ଏବେ ସୋସିଆଲ ମେଡ଼ିଆରେ ଘୁରି ବୁଲୁଛି | ଶ୍ରୀ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହି ପ୍ରତି ଧ୍ୟାନ ଦେବା ପାଇଁ ସାଧାରଣରେ ଅନୁରୋଧ ହୋଇଛି
