ବସ୍ତା କୋର୍ଟ ଜର୍ଜଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଦନା

ବସ୍ତା/ ବାଲେଶ୍ଵର(): ବସ୍ତା କୋର୍ଟର ଜର୍ଜ ସିଲଭାଷା ବଡ଼ଜେନାଙ୍କ ନିକଟରେ ବଦଳି ହୋଇଛି | ଏପ୍ରିଲ ୧୭ ପର୍ଯ୍ୟନ୍ତ ସେ ବସ୍ତାରେ କାର୍ଯ୍ୟ କରିଥିବା ବେଳେ ବରପାଲି ବରଗଡ଼କୁ ସେ ବଦଳି ହୋଇଛନ୍ତି | ଏହି ପରିପ୍ରେକ୍ଷୀରେ ସରକାରୀ ଓକିଲଙ୍କ ପକ୍ଷରୁ ଶ୍ରୀମତୀ ବଡ଼ଜେନାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଦନା ପ୍ରଦାନ କରାଯାଇଛି | କ୍ୟାଡର ଏପିପି ଅସିତ ରଞ୍ଜନ ନାୟକ, ଏପିପି ପରେଶ କୁମାର ବେହେରା, ତାପସ ରଂଜନ ପ୍ରଧାନ, ରାଧାଗୋବିନ୍ଦ ବେହେରା, ପୂର୍ବତନ ସରକାରୀ ଓକିଲ ଜିତେନ୍ଦ୍ର ଉପାଧ୍ୟାୟ,ବାରର ସଭାପତି ଗୌତମ ମହାନ୍ତି, ସମ୍ପାଦକ ପ୍ରସନ୍ନ କୁମାର ଜେନା, ଓକିଲ ଅର୍ଜୁନ ଜେନା, ଏବଂ ସମସ୍ତ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ | ଶ୍ରୀମତୀ ବଡ଼ଜେନା ଏଠାରେ ୩ ବର୍ଷ କାର୍ଯ୍ୟ କରିଥିବା ବେଳେ ନିକଟରେ ଗୋଟିଏ ଦିନରେ ଦୁଇଟି କ୍ରିମିନାଲ କେଶରେ ଦଣ୍ଡ ପ୍ରକାଶ କରିଥିଲେ |

Leave a Reply

Your email address will not be published. Required fields are marked *