ପିତା

                  ରାଗ : ଚୋଖ୍

ପିତୃଭକ୍ତି ଶ୍ରେଷ୍ଠ ଧର୍ମ ସ୍ବର୍ଗଠୁ ପିତା ମହାନ ପିତୃସେବା ପରାୟଣ ପ୍ରଭୁ ଶ୍ରୀରାମ ପିତୃସତ୍ୟ ରକ୍ଷା ପାଇଁ ସଙ୍ଗେ ପତ୍ନୀ ଭାଇ ଘେନି ଚଉଦ ବରଷ କଲେ ବନଗମନ ଭରତଙ୍କୁ ରାଜ୍ୟ ଦେଇଣ ଅଯୋଧ୍ୟାରେ ରାମରଜ୍ୟ କଲେ ସ୍ଥାପନ | Ilell

ପିତାଙ୍କର ଆଜ୍ଞାମାନି ପର୍ଶୁରାମ ମହା ଜ୍ଞାନି ନିଜମାତାଙ୍କର କଲେ ଶିର ଛେଦନ ପିତା ତାଙ୍କ ପ୍ରିତ ହୋଇ ପର୍ଶୁରାମେ ବରଦେଇ କହିଲେ ଯାଇଚ୍ଛା ବର ମାଗିଣ ଘେନ ପର୍ଶୁରାମ ମାତାଙ୍କ ପ୍ରାଣ ମାଗିବାରୁ ଜମଦଗ୍ନି ଦେଲେ ଜୀବନ । ॥ ୨||

ପ୍ରୀତିପାଇଁ ପିତାଙ୍କର ଦେବଦତ୍ତ ମହାବୀର ମାତା ସତ୍ୟବତୀ ଠାରେ କଲେ ନିୟମ ଆଜୀବନ ବ୍ରହ୍ମଚାରୀ ଜୀବନ ନିର୍ବାହ କରି ରାଜ୍ୟପଦ ପରିତ୍ୟାଗ କରିଲେ ଜାଣ ପିତା ତାଙ୍କ ତୃପ୍ତି ଲଭିଣ ଇଚ୍ଛା ମୃତ୍ୟୁ, ଭୀଷ୍ମ ନାମ କଲେ ଅର୍ପଣ | II ୩ II

ଯେତେ ଜପ, ତପ, ଧ୍ଯାନପିତା ଆଶୀର୍ବାଦ ଲଭେ ଯେଉଁ ସନ୍ତାନ ପିତୃ ସେବା ହିଁ ମହାନସର୍ବଦେବାଦେବୀ ଗଣ ତାଠାରେ ହୋଇ ପ୍ରଶନ୍ନ ସର୍ବ କଷ୍ଟ ତାର କରିଦ୍ୟନ୍ତି ମୋଚନ କରି ସୁଭାଶିଷ ପ୍ରଧାନ ଚଲାପଥ ତାର କରିଦ୍ୟନ୍ତ ସୁଗମ । || ୪ ||

ନିଜର ସର୍ବସ୍ବ ଦେଇ ସନ୍ତାନ ମଙ୍ଗଳ ପାଇଁ ଦିନରାତି ଏକ କରି କରନ୍ତି କର୍ମ ସୁଶିକ୍ଷା କରି ପ୍ରଦାନ ସନ୍ତାନେ ବଡ କରିବାକୁସମାଜରେ ତାକୁ ମହାନ ସର୍ବଦେବାଦେବୀ ପୂଜିଣ
ସନ୍ତାନ ମଙ୍ଗଳ ପାଇଁ କରନ୍ତି ଧ୍ୟାନ । || ୫ ||

ସମସ୍ତ ସନ୍ତାନଙ୍କର ପରମପୂଜ୍ଯ ପିଅର
ନିଜର ସମସ୍ତ କର୍ମ କରିଲେ ନିର୍ବାହଜାଣ
ସୁପ୍ରଭାତୁ ତାଙ୍କ ପାଦେ କରି ପ୍ରମାଣ ପ୍ରଭୁ କୃପାରେ ତା ନିଶ୍ଚେହେବ ପୂରଣ ପିତାଆଶୀର୍ବାଦ ଲଭିଣସନ୍ତାନ ଜୀବନ ନିଶ୍ଚେ ହୋଇବ ଧନ୍ୟ । ||

ମାଗୁଣୀ ପ୍ରଧାନ (ବିଦ୍ୟାଭୂଷଣ)

Leave a Reply

Your email address will not be published. Required fields are marked *