ବାପ ପୁଅ ଜେଲରେ ସମ୍ପତ୍ତି ବାଜ୍ୟାପ୍ତ କଲା ପ୍ରଶାସନ
ଖୋର୍ଦ୍ଧା-ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାର ସାମନ୍ତରାପୁର ସାଗୁଆନ ବଗିଚା ଅଞ୍ଚଳର କୃଷ୍ଣ ଚନ୍ଦ୍ର ଭୁଜବଳ ଓ ପୁଅ ସୋମନାଥ ଭୁଜବଳ ଓରଫ (ପାକୁ) ବ୍ରାଉନ ସୁଗାର ବ୍ୟବସାୟ କରି ଅନେକ ଗାଡି, ଦୁଇ ମହଲା କୋଠା ସମେତ ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତି ଆନୁମାନିକ ୨ କୋଟି ୩୪ ଲକ୍ଷ ଟଙ୍କାର ଆୟ ବର୍ହିଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଭୁବନେଶ୍ୱର କେନ୍ଦ୍ରାଚଂଳ ଆଇଜିଙ୍କ ନିର୍ଦେଶରେ ଖୋର୍ଦ୍ଧା ଆରକ୍ଷୀ ଅଧିକାରୀ ରାଜ କିଶୋର ଦୋରା ଆଦର୍ଶ ଥାନା ଅଧିକାରୀ ଙ୍କୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ ।ପରେ ଏସପିଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ୩ ଗୋଟି ପୃଥକ ଟିମ ଗଠନ କରି ତଦନ୍ତକୁ ତ୍ବରାନ୍ବିତ କରି କଲିକତାସ୍ଥିତ ସକ୍ଷମ ପ୍ରାଧିକାରୀଙ୍କ ନିକଟରେ ଆୟ ବର୍ହିଭୁତ ସମ୍ପତି ରଖିବା ଅଭିଯୋଗରେ ବାଜ୍ୟାପ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି ।ପ୍ରଶାସନର ବିନା ଅନୁମତିରେ ପରିବାରର ସଦସ୍ୟ ହୁଅନ୍ତୁ ଅବା ଯେ କେହି ବ୍ୟକ୍ତି ସମ୍ପତି ବିକ୍ରୀ କରିବା ଓ ସ୍ଥାନାନ୍ତରିତ କରିପାରିବେ ନାହିଁ ବୋଲି ଏସପି ପ୍ରେସମିଟରେ ଜଣାଇଛନ୍ତି ।ଏତଦବ୍ୟତୀତ ପୁରୀ ବାସେଳି ସାହି ସ୍ଥିତ ଥାନାରେ ଦୁଇଟି କେସରେ କୃଷ୍ଣଚନ୍ଦ୍ର ଓ ପୁଅ ସୋମନାଥ ଗିରଫ ହୋଇ ଜେଲରେ ରହିଛନ୍ତି ।
ରିପୋର୍ଟ-ପ୍ରମୋଦ କୁମାର ମହାପାତ୍ର, ଖୋର୍ଦ୍ଧା।
