ପୋଖରୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର


କାମାକ୍ଷାନଗର,୨୫/୧୧– ପୋଖରୀରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର। ଉଦ୍ଧାର ଛାତ୍ର ହେଲେ କାମାକ୍ଷାନଗର ଥାନା ଶିବୁଳାପଶି ଗ୍ରାମର ପ୍ରତାପ ମହାନ୍ତିଙ୍କ ପୁଅ +୨ ର ଛାତ୍ର ତୁଷାରକାନ୍ତ ମହାନ୍ତି। ସେ ଗତକାଲି ସନ୍ଧ୍ୟା ସମୟରୁ ଘରୁ ଆସି ଆଉ ଫେରିନଥିଲେ। ପରିବାର ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜା ଖୋଜି କରି ପାଇନଥିଲେ। ଆଜି ସକାଳୁ ଗ୍ରାମ ପୋଖରିରୁ ତାର ମୃତଦେହ ଉଦ୍ଧାର କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *