ଫୁଲବାଣୀ ପୌରପରିଷଦ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା

ଫୁଲବାଣୀ ପୌରପରିଷଦ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ସହରୀ) ୨.୦ କାର୍ଯ୍ୟାଦେଶ ବଣ୍ଟନ ।କନ୍ଧମାଳ, ଫୁଲବାଣୀ, ଆଜି ସ୍ଥାନୀୟ ଫୁଲବାଣୀ ପୌରପରିଷଦ ତରଫରୁ ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ପାୟେଲ ବେହେରାଙ୍କ ନେତୃତ୍ୱରେ ଫୁଲବାଣୀ ପୌରପରିଷଦର ତରଫରୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସମରେଶ ମହାନ୍ତି ଙ୍କ ମିଲିତ ଉଦ୍ୟମରେ ଫୁଲବାଣୀ ପୌରପରିଷଦର ଯୋଗ୍ୟ ହିତାଧିକାରୀ ୭୯ ଜଣକୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟାଦେଶ ବଣ୍ଟନ ସମୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସ୍ବାଗତ ଜଣାଇବା ସହିତ ଏହାକୁ କିପରି ଭାବରେ ସଂପୂର୍ଣ୍ଣ କରିବେ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଏହାର ପ୍ରକୃତ ଅର୍ଥ ରାଶି ୨ଲକ୍ଷ୍ୟ ୫୦ହଜାର ଟଙ୍କା ରହିଥିବା ବେଳେ ଯେଉଁ ହିତାଧିକାରୀ ଏହି ଆବାସ ଘର ୧୨୦ ଦିନ ମଧ୍ୟରେ ଅଥାତ୍ ଚାରି ମାସ ମଧ୍ୟରେ ସମ୍ପୂର୍ଣ୍ଣ କରନ୍ତି ସରକାତାଙ୍କ ତରଫରୁ ତାଙ୍କୁ ନଗଦ ୨୦.୦୦୦ ଟଙ୍କା ସରକାର ବନସ୍ ଦେବେ ଓ ଯେଉଁ ହିତାଧିକାରୀ ମାନେ ଏହି କାର୍ଯ୍ୟଟିକୁ ଛମାସ ମଧ୍ୟରେ ସମାପ୍ତି କରିବେ ତାଙ୍କୁ ୧୦.୦୦୦ ଟଙ୍କା ଯାଏଁ ବନସ୍ ମିଳିବ ବୋଲି କହି ସମସ୍ତଙ୍କୁ ଉତ୍ସାହ କରିଥିଲେ ।ଏହି କାର୍ଯ୍ୟ କ୍ରମରେ ପୌରପରିଷଦର ବିଭିନ୍ନ ୱାର୍ଡ ର ୱାର୍ଡ କାଉନସିଲର ଶ୍ରୀ ବତ୍ସ ବେହେରା, ମୃତ୍ୟୁଞ୍ଜୟ ପେର।, ରାଜେନ୍ଦ୍ର ପାଢ଼ୀ, ଲୋଚନ କହଁର, ସ୍ନେହଲତା ପ୍ରଧାନ, ବିରଜା କହଁର ଉପସ୍ଥିତ ଥିଲେ ।ତତ୍ ସହିତ କାର୍ଯ୍ୟାଳୟର କର୍ମ କର୍ତ୍ତା ଶ୍ରୀମତୀ ମିନତି ପ୍ରିୟଦର୍ଶିନୀ, ଦୀପକ ନାଥ ସାହୁ, ଆଶିଷ ଜେନା ପ୍ରମୁଖ ଏହି କାର୍ଯ୍ୟ କ୍ରମରେ ଯୋଗଦେଇଥିଲେ । ଶେଷରେ ୱାର୍ଡ କାଉନସିଲ ରାଜେନ୍ଦ୍ର ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଭଙ୍ଗ କରିଥିଲେ ।

Leave a Reply

Your email address will not be published. Required fields are marked *