ଅକ୍ଷୟ ତୃତୀୟା ଦିନ ମୁଠି ଅନୁକୂଳ
ଅକ୍ଷୟ ତୃତୀୟା ଦିନ ମୁଠି ଅନୁକୂଳ (ଚାଷ ଆରମ୍ଭ) ପାଇଁ ନୂତନ ପଞ୍ଜିକା ଶ୍ରବଣ।ପାଟଣାଗଡ଼ ଅକ୍ଷୟ ତୃତୀୟା ଦିନ ମୁଠି ଅନୁକୂଳ (ଚାଷ ଆରମ୍ଭ) ପାଇଁ ନୂତନ ପଞ୍ଜିକା ଶ୍ରବଣ ଏକ ପାରମ୍ପରିକ ଓଡ଼ିଆ ରୀତିନୀତି, ଯାହା ଅକ୍ଷୟ ତୃତୀୟା ଅବସରରେ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ ଚଙ୍ଗରିଆ ପଞ୍ଚାୟତ ରେଙ୍ଗାଲଜୁରୀ ଗାଁ ର ପ୍ରହରୀ ମଣ୍ଡପ ରେ ଚଳିତ ବର୍ଷ ରେ ମୁଠି ଅନୁକୂଳ ପାଇଁ ନୂତନ ପଞ୍ଜିକା ଶ୍ରବଣ କରାଯାଇଥିଲା । ପ୍ରଥମେ ପୂଜାର୍ଚ୍ଚନା ପରେ ଗାଁ ର ଇଷ୍ଟ ଦେବାଦେବୀ ଙ୍କ ନାମ ରେ ପାଞ୍ଜି ସୂଜା ଯାଇଥିଲା । ପରେ ଗ୍ରାମର ସମସ୍ତ ପରିବାର ଜଣେ ଜଣଙ୍କର ନାମଙ୍କ ପାଞ୍ଜି ଦେଖିଥିଲେ । ଯେଉଁ ମାନଙ୍କ ଭାଗ୍ୟଙ୍କ ଅଙ୍କ ଶୁଭ ରହିଥାଏ ସେମାନଙ୍କର ମୁଠିଅନୁକୂଳ କରିବାକୁ ଶୁଭବେଳା ରହିଛି ବୋଲି ପଣ୍ଡିତ ଭୀମସେନ ରଥ ବୁଝାଇଥିଲେ । ଏବର୍ଷ ଗାଁ କାଳବୈଶାଖୀ ପ୍ରକୋପ ରେ କୂଆପଥର ମାଡ଼ ରେ ଘର ଖପର ଆଡବେଷ୍ଟସ ଭାଙ୍ଗିରୁଜି ଓ ଚାଷୀ ଙ୍କ ଚାଷ ଓ ଜୀବନ ଜୀବିକାର ମହୁଲ ଚାର, କେନ୍ଦୁପତ୍ର ନଷ୍ଟ ହୋଇଯାଇଥିବାରୁ ସମସ୍ତ ଙ୍କ ଆର୍ଥିକ ଅବସ୍ଥା ଦୂର୍ବଲ ହୋଇଯାଇଛି। ତଥାପି ଚାଷୀ ଧର୍ଯ୍ୟ ଧରି ଚାଷ ଆରମ୍ଭ ପାଇଁ ନୂତନ ପାଞ୍ଜି ଦେଖିବା ରୀତିନୀତି କୁ ବାଜୟ ରହିଅଛି। ନୂତନ ପାଞ୍ଜିକା ଅନୁସାରେ ଚଳିତ ବର୍ଷ ରେ ଏପ୍ରିଲ ୨୦ ତାରିଖ ସୋମବାର ଦିନ ରାତି ୩ ଟା ରେ ପୂର୍ବ ଦିଗକୁ ମୁହଁ କରି ଧାନ ମୁଠି ଅନୁକୂଳ କରିବା ଶୁଭ ସମୟ ରହିଛି । ସାଧାରଣତଃ ଅକ୍ଷୟ ତୃତୀୟା ଦିନ ସକାଳେ ଶୁଭ ଲଗ୍ନ ଦେଖି ଚାଷୀମାନେ ନୂତନ ପଞ୍ଜିକା ଶ୍ରବଣ କରିଥାନ୍ତି ।ନୂତନ ପଞ୍ଜିକା: ପୁରୋହିତ ଙ୍କ ଦ୍ୱାରା ନୂତନ ବର୍ଷର ପଞ୍ଜିକା ଶ୍ରବଣ କରାଯାଏ, ଯେଉଁଥିରେ ଚଳିତ ବର୍ଷର ବର୍ଷା, ଫସଲ ଓ ଶୁଭାଶୁଭ ଫଳ ବିଷୟରେ ଜଣାଯାଇଥାଏ।ପ୍ରକ୍ରିୟା: ଚାଷୀ ନିଜର ଶୁଦ୍ଧ ବସ୍ତ୍ର ପରିଧାନ କରି ନୂତନ ଧାନ, ନୂତନ ପଞ୍ଜିକା, ଏବଂ କୃଷି ସରଞ୍ଜାମର ପୂଜା କରିଥାନ୍ତି। ଏହା ପରେ ମୁଠି ଅନୁକୂଳ ପାଇଁ କ୍ଷେତକୁ ଯାଇଥାନ୍ତି । ମହତ୍ତ୍ୱ: ଏହି ପରମ୍ପରା ଦ୍ୱାରା ଚାଷୀମାନେ ଭଲ ଫସଲ ପାଇଁ କାମନା କରିବା ସହିତ ନୂତନ ବର୍ଷର କୃଷି କାର୍ଯ୍ୟ ଆରମ୍ଭ କରିଥାନ୍ତି। ପଞ୍ଜିକା ଶ୍ରବଣ କାର୍ଯ୍ୟକ୍ରମରେ ଗାଁ ର ଚାଷୀ ଗୋରେଖନାଥ ବରିହା,ଅମର ବରିହା, ଭିଷ୍ମ ଷାଣ୍ଢ, ମୋହନ୍ ବରିହା,ମକାରୁ ବରିହା,କାଳିଆ ବରିହା, ବିଷ୍ଣ ପୁଟେଲ, ଆଲୋକ ମଲ୍ଳିକ,କାନ୍ଥ ପୁଟେଲ,ପୂର୍ଣ୍ଣ ଷାଣ୍ଢ, ଚୈତନ୍ୟ ପୁଟେଲ,ଭୂବନ ପୁଟେଲ,ସରୁପା ପୁଟେଲ,ଭୀନୁ ପୁଟେଲ, ମିତ୍ର ବରିହା, ସତ୍ୟାନନ୍ଦ ବରିହା, ପଞ୍ଚୁ କଠାର, ବାଲେଶ୍ଵର ମଲ୍ଲିକ, ଉମାକାନ୍ତ ପୁଟେଲ,ନବଦୀପ ମଲିକ, ଶ୍ରବଣ କୁମାର ବରିହା, ବିଦ୍ୟାବରିହା, ସିତାକାନ୍ତ ପୁଟେଲ, ସହଦେବ ପୁଟେଲ ମକାରୁ ମଲ୍ଳିକ, କିର୍ତ୍ତନ ପୁଟେଲ,ଙ୍କ ସହ ଶତାଧିକ ଚାଷୀ ଉପସ୍ଥିତ ଥିଲେ।
