ଦିଶା କମିଟିର ପ୍ରଥମ ବୈଠକ
ଦିଶା କମିଟିର ପ୍ରଥମ ବୈଠକ ।ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଜାତୀୟ ରାଜପଥ ସମସ୍ୟା ସମାଧାନ ଉପରେ ପ୍ରଧାନ୍ୟ ।ଇହକ, ତା ୦୬.୧୧.୨୦୨୪ ରିଖ । ଜିଲ୍ଲାର ଜନ୍ମୟନ ମୂଳକ ବିଭିନ୍ନ କାର୍ଯ୍ୟର ତଦାରଖ କରିବା ଓ ବିଭାଗାୟ ସମନୁପତାର ପରିଚାଳନା କରିବା ଆଭିମୁଖ୍ୟରେ ଗଠିତ ଭଦ୍ରକ ଜିଲ୍ଲା ଦିଶା କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭଦ୍ରକ ଲୋକସଭା ସାଂସଦ ଅଭିମର୍ତ୍ତ୍ୟ ସେଠାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପରିଷଦ ସମ୍ମିଳନା କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ

, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର, ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ, ଭଦ୍ରକ ଜିଲ୍ଲା ପରିଷଦ ଅଧକ୍ଷ ପ୍ରଫୁଲ୍ଲ କୁମାର ଜେନା, ଧାମନଗର ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧ ଅଶୋକ କୁମାର ପୁହାଣ, ମୁଖ୍ୟ ଜନ୍ମୟନ ଅଧିକାରୀ ସରୋଜ କୁମାର ଦତ୍ତ, ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ କୁଶଳ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ ।ସଂସଦ ଭାବେ ନିର୍ବାଚିତ ହେବାପରେ ଶ୍ରୀଯୁକ୍ତ ସେଠାଙ୍କ ଅଧ୍ୟକ୍ଷତାରେ ଦିଶା କମିଟି ଗଠିତ ହୋଇଛି । ନୂତନଇଦୁଜ ଗଠନ ପାଇଁ ବିଭାଗୀଯ ଅଧୁକାରୀ, ଜନ ପ୍ରତିନିଧୁ ସମସ୍ତଙ୍କ ସହଯୋଗ ଓ ସମନ୍ବୟ ଆବଶ୍ୟକ ବୋଲି ସଂସଦ ପ୍ରକାଶକରିଥିଲେ । ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବା ହେବାକୁ ଥିବା ପ୍ରକଳ୍ପ ସବୁ କେବଳ କାଗଜ କଲମରେ ସିମୀତନରହି ଜନ କଲ୍ୟାଣ ଉଦ୍ଦେଶ୍ୟରେ ସମସ୍ତେ ମିଳିମିଶି କାମ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହି ବୈଠକରେ ପାନୀୟ ଜଳଯୋଗାଣ, ଜାତୀୟ ରାଜପଥରେ ନିର୍ମାଣ ଜନିତ ବିଳମ୍ବତା, ଶିକ୍ଷା ବିଭାଗରେ ଶିକ୍ଷକ ଅନୁପାତ ଓ ମଧ୍ୟାହ୍ନ ଭୋଜନ ଜନିତସମସ୍ୟା, ସ୍ବାସ୍ଥ୍ୟ, ନଦୀବନ୍ଧ, ଡ୍ରେନେଜ, ଜଳସେଚନ, ଫସଲ ବୀମା ଆଦି ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଆବଶ୍ୟକ ମତେ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ପାନୀୟଜଳ ଯୋଗାଣ ନିମନ୍ତେ ଜିଲ୍ଲାରେ ନିର୍ମାଣାଧୀନ ୨୦୧୬ରୁଆରମ୍ଭ ହୋଇଥିବା ଭଣ୍ଡାରିପୋଖରୀ ମେଗାଜଳ ପ୍ରକଳ୍ପ ଓ ୨୦୧୯ ରୁ ଆରମ୍ଭ ହୋଇଥିବା ଚାନ୍ଦବାଲି ମେଗା ଜଳ ପ୍ରକଳ୍ପରକାର୍ଯ୍ୟ ୯୦ ଭାଗରୁ ଉର୍ଦ୍ଧ ଶେଷ ହୋଇଥିବା ସୂଚନା ପ୍ରଦାନ କରାଯାଇଥିଲା । ମାତ୍ର ବାସ୍ତବ କ୍ଷେତ୍ରରେ ଗ୍ରାମାଞ୍ଚଳରେ ପାଇପ୍ଯୋଗେ ଜଳ ପହଞ୍ଚୁନଥିବା ଜନ ପ୍ରତିନିଧିମାନଙ୍କ ଅଭିଯୋଗ କ୍ରମେ କ୍ଷେତ୍ରୀୟ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟପତ୍ନୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସେହିପରି ଜାତୀୟ ରାଜପଥ ନିର୍ମାଣ ଜନିତ ତୃଟି ଓ ବିଳମ୍ବ ପାଇଁ ଆରଡ଼ିଛକ,ମୋଟେଲ ଛକ, ରାଣୀତାଲ ଠାରେ ଜଳ ନିଷ୍କାସନ ସମସ୍ୟା, ବିଷ୍ଣୁପୁର ଛକରେ ଦୁର୍ଘଟଣା ସମସ୍ୟା, ଟୋଲଗେଟ୍ ପରିଚାଳନାରେବଟି ଆଦାୟ ନେଇ ଗୁରୁତର ଅଭିଯୋଗ ତଦନ୍ତ କରି ଆଶୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଜିଲ୍ଲାସ୍ୱାସ୍ଥ୍ୟ ସେବାରେ ଆବଶ୍ୟକ ୩୫୦ଜଣ ଡାକ୍ତରଙ୍କ ଜାଗାରେ ମାତ୍ର ୧୩୪ ଜଣ ଡାକ୍ତର କାର୍ଯ୍ୟରତ ଥିବା, ନବ ନିର୍ମିତ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ପୂର୍ବ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ହେବା, କେନ୍ଦୁଆପଦା ପି.ଏଚ୍.ସି.ରେ ପ୍ରାଚୀର ଓ ଗେଟ୍ ଅଭାବରୁଜବରଦଖଲ ହୋଇଥିବା, ନିୟୋଳିତ ଆଉଟ୍ ସୋସିଂ ସଂସ୍ଥାକୁ ବଦଳାଇବା ଆଦି ସମସ୍ୟା ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନାଜରାଯାଇ ସମସ୍ୟା ସବୁର ସମାଧାନ ପାଇଁ ନୂତନଭାବେ ଯୋଗ ଦେଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ଡା. ସୁଧାଂଶୁ କୁମାରବଳଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ସେହିପରି ଶିକ୍ଷା ବିଭାଗରେ ଶିକ୍ଷକ ଅନୁପାତ ଠିକ୍ ରଖିବା, ଭଦ୍ରକରୁ ପ୍ରସ୍ତୁତ ମଧ୍ୟାହ୍ନଭୋଳନ ବାସୁଦବେପୁରରେ ପହଞ୍ଚୁବାରେ ବିଳମ୍ବ ଯୋଗୁଁ ଖାଦ୍ୟର ମାନ ଠିକ୍ ନରହିବା, ୨୧୪ ନୂଆ ଶିକ୍ଷକ ଯୋଗ ଦେବାପରେ ବି ୩୩୦ରୁ ଅଧିକ ଶିକ୍ଷକ ଆବଶ୍ୟକ ହେବା ଆଦି ସମସ୍ୟା ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯାଇଥିଲା । ଭଦ୍ରକପୌରାଞ୍ଚଳରେ ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ୍ ବ୍ୟବସ୍ଥା, ନାଜର ନାଳାର ପୁନଃରୁଦ୍ଧାର କାର୍ଯ୍ୟ ବନ୍ଦ ଥିବା, ଡ୍ରେନେଜବ୍ୟବସ୍ଥା ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି, ସେହିପରି ଧାମନଗର ଏନ୍.ଏ.ସି.ର ଜଳନାଳର ପୁନଃରୁଦ୍ଧାର ସମ୍ପର୍କରେ ଆଲୋଚନାକରାଯାଇ ବିହିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଗୋଶାଳା ଛକରୁ ଚନ୍ଦନ ବଜାର, ମୋଚୀ ଛକରୁଭଦ୍ରକାଳୀ, ଭଦ୍ରକ-କୋଠାର-ଆରଡ଼ି ରାସ୍ତା ନିର୍ମାଣ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରାଯାଇଥିଲା । ମୁଖ୍ୟ ଉନ୍ନୟନ ଅଧିକାରୀସଭାପରିଚାଳନା କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ, ପୌରାଞ୍ଚଳ, ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ, ଦିଶା କମିଟିର ସଦସ୍ୟ ଏବଂବିଭାଗୀୟ ଅଧୁକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । ଓ.ପି.ଡି. ଏନ୍.ଆଇ.ଏସ୍. ପ୍ରହ୍ଲାଦ ରଣା ଏବଂଅନ୍ୟକର୍ମଚାରୀମାନେ ଏହି ବୈଠକ ଆୟୋଜନରେ ଆନୁସଂଗିକ ସହଯୋଗ କରିଥିଲେ ।
