ଧର୍ମ ମାସ କାର୍ତ୍ତିକର ପ୍ରଥମ ସୋମବାରରେ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ

ବୁଗୁଡ଼ା:-୨୧/୧୦( ଧର୍ମ ମାସ କାର୍ତ୍ତିକର ପ୍ରଥମ ସୋମବାରରେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲଚଳ ଚଞ୍ଚଳ ହୋଇ ଉଠିଛି । ଆଜି ପ୍ରାତଃକାଳରୁ ହିଁବୁଦ୍ଧଖୋଲ ଅଭିମୁଖେ ଭକ୍ତଙ୍କ ସୁଅ ଛୁଟିଥିଲା । ଶ୍ରଦ୍ଧାଳୁଭକ୍ତଙ୍କ ଠାକୁର ଦର୍ଶନ ସାଙ୍ଗକୁ ଯାନବାହାନ ରହଣିରସୁବନ୍ଦୋବସ୍ତ କରାଯାଇଥିଲା । ବୁଦ୍ଧଖୋଲ ପାଦଦେଶରେ ଧାଡିକି ଧାଡି ଦୋକାନରେ ବିଭିନ୍ନ ପସରା ପଡିଥିବା ବେଳେ ଅନେକ ସ୍ଥାନରେ ଭୋଜି ଭାତର ଆସର ଜମିଥିଲା । ଏଥିରେ ବୁଦ୍ଧଖୋଲ ଉନ୍ନୟନ ସମିତିର ସଦସ୍ୟଗଣ ଏବଂ ସ୍ବେଛାସେବୀମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ନିୟୋଜିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *