ପ୍ରଥମ ଥର ‘ସୁପର ଷ୍ଟାର” ଆଓ୍ବାର୍ଡ ସହ ମିଳିଲା ୩୯ଟି ପୁରସ୍କାର
ଭଦ୍ରକ:୨୭/୯- ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସେବା ସହ ସାମାଜିକ କାର୍ଯ୍ୟରେ ନିଜର ଉତ୍ସର୍ଗିକୃତ କାର୍ଯ୍ୟ ପାଇଁ ରୋଟାରୀ କ୍ଲବର ଏକ ସ୍ବତନ୍ତ୍ର ପରିଚୟ ରହିଛି । ସମଗ୍ର ରାଜ୍ୟରେ ବିଭିନ୍ନ ସାମାଜିକ କାର୍ଯ୍ୟରେ ୧୧୨ଟି ରୋଟାରୀ କ୍ଲବ କାର୍ଯ୍ୟ କରୁଛି । ତେବେ ସର୍ବକୃଷ୍ଟ କାର୍ଯ୍ୟ ପାଇଁ ପ୍ରତିବର୍ଷ ଏହି ରୋଟାରୀ କ୍ଲବ ମଧ୍ୟରୁ ଗୋଟିଏ କ୍ଲବକୁ ସୁପରଷ୍ଟାର ଆଓ୍ବାର୍ଡ ପ୍ରଦାନ କରାଯାଏ । ଏହି କ୍ରମରେ ଚଳିତ ବର୍ଷ ଉଲ୍ଲେଖ୍ୟନୀୟ କାର୍ଯ୍ୟ ପାଇଁ ଭଦ୍ରକ ରୋଟାରୀ କ୍ଲବକୁ ରାଜ୍ୟର ଏକ ନମ୍ବର ଭାବେ ‘ସୁପର ଷ୍ଟାର’ ପୁରସ୍କାର ପ୍ରଦାନ କରାଯାଇଛି । ଏଥିସହ ଭଦ୍ରକ ରୋଟାରୀ କ୍ଲବର ସଭାପତି ରୋଟାରିୟାନ୍ ଇନ୍ଦ୍ରଜିତ ସାହୁଙ୍କୁ ‘ସୁପରଷ୍ଟାର ସଭାପତି’ ପୁରସ୍କାରରେ ସମ୍ମାନୀତ କରାଯାଇଛ। ତେବେ ପ୍ରଥମ ଥର ପାଇଁ ଭଦ୍ରକ ରୋଟାରୀ କ୍ଲବକୁ ଓ କ୍ଲବର ସଭାପତିଙ୍କୁ ଏଭଳି ଆଓ୍ବାର୍ଡ ମିଳିଛି ଯାହା ସଭାପତି ଇନ୍ଦ୍ରଜିତ ସାହୁଙ୍କ ବଳିଷ୍ଠ ପରିଚାଳନା ଓ କ୍ଲବ ସଦସ୍ୟଙ୍କ ସହଯୋଗ ପାଇଁ ସଫଳ ହୋଇଛି । ଏଥିସହ ବିଭିନ୍ନ କ୍ଷେତ୍ରରେ ଭଦ୍ରକ ରୋଟାରୀ କ୍ଲବର ପ୍ରଶଂସନୀୟ କାର୍ଯ୍ୟ ପାଇଁ ଏକାଧାରରେ ୩୯ଟି ପୁରସ୍କାର ପ୍ରଦାନ କରାଯାଇଛି ଯାହା କ୍ଲବ ପାଇଁ ପ୍ରଥମ ।ଗତକାଲି ଭୁବନେଶ୍ବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ସମସ୍ତ ପୁରସ୍କାର କ୍ଲବର ସଭାପତି ଇନ୍ଦ୍ରଜିତ ସାହୁ ଓ ସଦସ୍ୟମାନେ ଗ୍ରହଣ କରିଥଲେ । ବର୍ଷ ୨୦୧୭ -୧୮ରେ ଭଦ୍ରକ ରୋଟାରୀ କ୍ଲବକ ସଂପାଦକ ରହିଥିବା ବେଳେ ଇନ୍ଦ୍ରଜିତ ସାହୁଙ୍କୁ ରାଜ୍ୟର ନମ୍ବର ଓ୍ବାନ ସଂପାଦକ ଭାବେ ସୁପର ଷ୍ଟାର ଆଓ୍ବାର୍ଡ଼ ପ୍ରଦାନ କରାଯାଇଥିଲା। ପୁଣି ଥରେ ଚଳିତ ବର୍ଷ ସୁପର ଷ୍ଟାର କ୍ଲବ ଓ ସୁପରଷ୍ଟାର ସଭାପତି ଭାବେ ଆଓ୍ବାର୍ଡ ମିଳିବା ନିଶ୍ଚିତ ଭାବେ ଭଦ୍ରକ ରୋଟାରୀ କ୍ଲବର କାର୍ଯ୍ୟକାରିତ ଓ କ୍ଲବର ସଭାପତି ଇନ୍ଦ୍ରଜିତ ସାହୁଙ୍କ ପ୍ରଶଂସନୀୟ ପରିଚାଳାକୁ ପାଇଁ ସଫଳ ହୋଇପାରିଛି ।
ରିପୋର୍ଟ :-ପୁନିଲ. କୁମାର ସାମନ୍ତ।
