ମହାନ୍ ସଂଘ ର ପ୍ରତିଷ୍ଠା ଦିବସ ଅବସରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଗାନ୍ଧୀ ଓ ଶାସ୍ତ୍ରୀ ଜି ଙ୍କ ଜନ୍ମ ଦିନରେ କେବଳ ଗୋଟିଏ ଦିନ ଫୁଲ ମାଳ ଦେଇ ସୁନ୍ଦର ଭାଷଣ ଦେଇଦେଲେ ରାମରାଜ୍ୟ ବା ସୁସ୍ଥ ସମାଜ ବା ବିକସିତ ଭାରତ ଗଠନ ହୋଇ ପାରିବ ନାହିଁ। ଏକ ପ୍ରଗତି ରାଷ୍ଟ୍ର ଗଠନ ସମ୍ଭବ ହେବ ଯେତେବେଳେ ସମାଜର ପ୍ରତ୍ୟେକ ବର୍ଗ ର ନାଗରିକ ସ୍ବାସ୍ଥ୍ୟ, ଶିକ୍ଷା,ଖାଦ୍ୟ ଓ ସୁରକ୍ଷା ଭଳି ମୌଳିକ ସୁବିଧା ପାଇପାରିବେ। ଆଉ ଏଥି ନିମନ୍ତେ ଜନ ପ୍ରତିନିଧି ଓ ଆମେ ସମସ୍ତେ ମହାପୁରୁଷ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ନିଶ୍ୱାର୍ଥ ପର ଭାବେ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଆଜି ମହାନ୍ ସଂଘ ର ୪୦ତମ ସ୍ଵନକ୍ଷତ୍ର ଦିବସ ନିରାଡମ୍ୱର୍ ଭାବେ ପାଳନ ଅବସରରେ ଏହାର ପ୍ରତିଷ୍ଠାତା ବିଶିଷ୍ଟ ସମାଜ ସେବୀ ସଂଗଠକ ଲେଖକ ଶ୍ରୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିଥିଲେ। ସକାଳେ ଗାନ୍ଧୀ ଜି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ ପରେ ଜରା ନିବାସ ଅନ୍ତେବାସୀ ଙ୍କୁ ବିଭିନ୍ନ ସାମଗ୍ରୀ ପ୍ରଦାନ ସହ ସୁ ଭୋଜନ୍ ର ବ୍ୟବସ୍ଥା କରାଯାଇଥିଲା।ସଂଘର ବାର୍ଷିକ ଉତ୍ସଵ ଚଳିତ ମାସ ଶେଷ ସପ୍ତାହରେ ଆୟୋଜନ କରାଯିବା ସହ ବହୁ ଜନହିତକର କାର୍ଯ୍ୟ ଆରମ୍ଭ କରାଯିବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ରମ ରେ ଇ ତେଜେସ୍ବର ରାଓ, ଶ୍ରୀ ଭି ରବି କୁମାର ଗୁପ୍ତା, ଶ୍ରୀ ପ୍ରଭାକର ସାହୁ, ରୋହିତ ପରିଡ଼ା, ଭିସ୍ମଚାର୍ଯ୍ୟ ଚଉଧୁରି, ବାସୁଦେବ ସାହୁକାର, ସବିତା ସାହୁକାର, ଶ୍ରୀକାନ୍ତ ସାବତ, ପ୍ରସାନ୍ତ ପାତ୍ର, ସବିତା ସାହୁ ପ୍ରମୁଖ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *