ଭେଡ଼ା ମହିଳା ବିକାଶ ପରିଷଦ ପକ୍ଷରୁ ସାଧାରଣ ସଭା ଓ ରକ୍ତଦାନ ଶିବିର
ଭଦ୍ରକ :୦୩/୦୯:- ଆଜି ସାରା ଭାରତ ବର୍ଷରେ ପାଳନ କରାଯାଉଛି ଅହିଂସା ଦିବସ ତଥା ଗାନ୍ଧି ଜୟନ୍ତି । ଏହି ଅବସରରେ ଭେଡା ଅଞ୍ଚଳ ରେ ମହିଳାମାନେ ନୂଆ କରି ଗଢିଥିବା ସାମାଜିକ ଅନୁଷ୍ଠାନ ଭେଡା ମହିଳା ବିକାଶ ପରିଷଦର ଏକ ବୈଠକ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତ ଚାରବାଟିଆ ଗାନ୍ଧି ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାର ମୁଖ୍ୟଅତିଥି ବାସୁଦେବପୁର ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହି ,ସମ୍ମାନିତ ଅତିଥି ବରିଷ୍ଠ ସାମ୍ବାଦିକ ତଥା ଓଡିଶା ତେଜସ୍ୱିନୀ ମହିଳା ସଂଗଠନ ଭଦ୍ରକର ଉପଦେଷ୍ଠା ,ତେଜସ୍ୱିନୀ ମହିଳା ସଂଗଠନର ସଭାପତି , ଉପ ସଭାପତି , ସହ ସଂପାଦିକା ପ୍ରମୁଖ ଯୋଗଦେଇ ମହିଳାମାନଙ୍କ ସମସ୍ୟ ଓ ତାହାର ସମାଧାନ ବିଷୟରେ ବୁଝାଇଥିଲେ । ଭେଡା ମହିଳା ବିକାଶ ପରିଷଦ ପକ୍ଷରୁ ଚାରିବାଟିଆ ସରକାରୀ ବିଦ୍ୟାଳୟ ଠାରେ ରକ୍ତ ଦାନ ଶିବିର ମଧ୍ୟ କରାଯାଇଥିଲା ।
ରିପୋର୍ଟ :-ପୁନିଲ କୁମାର. ସାମନ୍ତ
