ଧାମନଗର:ଆଜାଦିକା ଅମୃତ ମହୋତ୍ସବ
ଆଜି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ରାଧାବଲ୍ଲଭପୁର ବନ୍ଧଟିଆ ବଜାର ଠାରେ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ କ୍ରମେ ଚଳିତ ବର୍ଷ ଏକ ଲୋକକଳା ମହୋତ୍ସବ ତଥା ଆଜାଦିକା ମହୋତ୍ସବର ତୃତୀୟ ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ , ଜିଲ୍ଲାପାଳ ଶ୍ରୀ ଯୁକ୍ତ ତ୍ରିଲୋଚନ ମାଝୀ, ଅତିରିକ୍ତ ଜିଲ୍ଲାପାଳ ଭଦ୍ରକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଅଶୋକ ନାଏକ, ଗୋଷ୍ଠିଉନ୍ନୟନ ଅଧିକାରୀ ଧାମନଗର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ,ଆୟୋଜକ ଶ୍ରୀ ଯୁକ୍ତ ସୁବାସ ଚନ୍ଦ୍ର ମଲିକ, ବାଣୀ କବି ଶ୍ରୀ ଯୁକ୍ତ ଦୟାନିଧି ମିଶ୍ର, ସାଂସଦ ପ୍ରତିନିଧି ଶ୍ରୀ ଯୁକ୍ତ ହରେକୃଷ୍ଣ ପାଢୀ, ସ୍ଵାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ ପ୍ରମୁଖ ମଞ୍ଚାସୀନ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।ଏହି ଲୋକକଳାକୁ କେମିତି ଆହୁରି ଉନ୍ନତ କରାଯିବ ସେ ବିଷୟରେ ମଞ୍ଚାସୀନ ଅତିଥିମାନେ ନିଜର ବକ୍ତବ୍ୟ ମାଧ୍ୟମରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ସର୍ବଶେଷରେ ,ଓଡ଼ିଶୀ ନୃତ୍ୟ ଓ ବାଡି ଖେଳର ଆଶର ଜମିଥିବାର ଦେଖାଯାଇଥିଲା।
ରିପୋର୍ଟ :-ପୁନିଲ. କୁମାର ସାମନ୍ତ।
