ଗୋଲାମୁଣ୍ଡା ତହସିଲ୍ କାର୍ଯ୍ୟାଳୟ ଘେରାଓ

ଗୋଲାମୁଣ୍ଡା ତହସିଲ୍ କାର୍ଯ୍ୟାଳୟ ଘେରାଓ ତାରିଖ ୧୯ ଜୁନ ୨୦୨୪ ବୁଧବାର ଦିନ ଗୋଲାମୁଣ୍ଡା ବ୍ଲକର ୨୮ ଗୋଟି ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ୨୦୨୩- ୨୦୨୪ ମସିହାର ଶସ୍ୟ ବୀମା ଟଙ୍କା ତୁରନୁ ପ୍ରଦାନ କରିବା ଦାବି ଓ ଚାଷୀମାନଙ୍କ ସମସ୍ୟା କୁ ନେଇ କିଷାନ ସଂଘ କଳାହାଣ୍ଡି ଓ ଜନ ସଂଗ୍ରାମ ସମିତି କଳାହାଣ୍ଡି ଙ୍କ ଦ୍ବାରା ଗୋଲାମୁଣ୍ଡା ବ୍ଲକ ତହସିଲ୍ କାର୍ଯ୍ୟାଳୟ କୁ ଅଞ୍ଚଳର ଶତାଧୂକ ଚାଷୀଙ୍କ ଦ୍ବାରା ଘେରାଓ କରାଯାଇଛି । ପ୍ରଥମେ କିସାନ୍ ସଂଘ କଳାହାଣ୍ଡି ଓ ଜନ ସଂଗ୍ରାମ କଳାହାଣ୍ଡି ର ସଭାପତି ଶ୍ରୀଯୁକ୍ତ ସାଉଲ୍ ମଙ୍ଗରାଜ ଙ୍କ ନେତୃତ୍ୱରେ ଅଞ୍ଚଳର ଶହ ଶହ ଚାଷୀ ଏକତ୍ର ହୋଇ ଏକ ବିଶାଳ ରାଲୀ ଗୋଲାମୁଣ୍ଡା ସ୍ଥିତ ମା ଠାକୁରାଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ତହସିଲ୍ ଅଫିସ୍ ସମ୍ମୁଖରେ ଧାରଣା ଦେଇ ଅଫିସ୍ କୁ ଘେରାଓ କରିଥିଲେ। ପରେ ଏକ ୯ ଦଫା ଦାବି ପତ୍ର ଗୋଲାମୁଣ୍ଡା ତହସିଲଦାର ଚନ୍ଦନ ନାଏକ ଙ୍କୁ ପ୍ରଦାନ କରାଯାଇଥିଲା। ଦାବି ପତ୍ର ପ୍ରଦାନ ସମୟରେ ଅଞ୍ଚଳର ଶହ ଶହ ଚାଷୀଙ୍କ ସହ ବିଶିଷ୍ଟ ଚାଷୀ ବୃନ୍ଦ ଯଥା – ସୁମେଶ୍ବର୍ ମୁନି, ଜଗଜିବନ୍ ଅଘରିଆ, ଅନିଲ ମଲ୍ଲିକ, କୁମୁଦ ଗହିର, ଦିବା ବଗର୍ତ୍ତି, ମଧୁ ମାଝୀ, କେଶରୀ ବୋଡକିୟା ଉପସ୍ଥିତ ଥିଲେ।ଯଦି ଚାଷୀଙ୍କର ଏହି ସମସ୍ୟାର ସମାଧାନ ଯଥାଶୀଘ୍ର ନକରାଯାଏ ତେବେ ଆଗାମୀ ଦିନରେ ଭୟଙ୍କର ରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ସଂଘର ସଭାପତି ସାଉଲ ମଙ୍ଗରାଜଙ୍କ ପକ୍ଷରୁ କଡାକଡି ଓ ରୋକ୍ ଠୋକ୍ ଚେତାବନୀ ଦିଆ ଯାଇଛି।

Leave a Reply

Your email address will not be published. Required fields are marked *