ବିଶିଷ୍ଟ ସମାଜସେବୀ ତଥା କବି ଈଶ୍ୱର ଚନ୍ଦ୍ର ସାମଲ ଙ୍କ ପଞ୍ଚଦଶ ତମ ଶ୍ରାଦ୍ଧ ବାର୍ଷିକୀ
ବିଶିଷ୍ଟ ସମାଜସେବୀ ତଥା କବି ଈଶ୍ୱର ଚନ୍ଦ୍ର ସାମଲ ଙ୍କ ପଞ୍ଚଦଶ ତମ ଶ୍ରାଦ୍ଧ ବାର୍ଷିକୀ ରେ କବିତା ପାଠ ଓ ସ୍ମୃତି ସଭା ଢେଙ୍କାନାଳ ଜିଲ୍ଲା ସଦରମହକୁମା ରେ ଥିବା ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ପରିସରରେ ବିଶିଷ୍ଟ କବି ତଥା ସମାଜସେବୀ ଈଶ୍ୱର ଚନ୍ଦ୍ର ସାମଲ ଙ୍କ ପଞ୍ଚଦଶ ତମ ସ୍ମୃତି ସଭା ଈଶ୍ୱର ଚନ୍ଦ୍ର ସାମଲ ସ୍ମୃତି ସଂସଦ ର ସଭାପତି ସଂଗ୍ରାମ କିଶୋର ଶତପଥୀ ଙ୍କ ସକ୍ରୀୟ ସହଯୋଗ ରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ର ସଭାପତି ବସନ୍ତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜୁନ ମାସ ଉଣିଶ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ସ୍ବତନ୍ତ୍ର ବିଚାରପତି ସି ବି ଆଇ ଭିକାରୀ ଚରଣ ରାଉତ, ସମ୍ମାନିତ ଅତିଥି ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ, ନୂଆଗଡ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଜୟ କୁମାର ସାମନ୍ତ ଙ୍କ ତ୍ୟାଗ ପୂତ ଜୀବନ ଉପରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ଢେଙ୍କାନାଳ ସାନ୍ଧ୍ୟ ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସମୀର କୁମାର ସାହୁ , ବିଶିଷ୍ଟ ସମାଜସେବୀ ସେକ୍ ଅବଦୁଲ ସାମିଲ୍, ସଂଗ୍ରାମ କିଶୋର ଶତପଥୀ, ସୁକାନ୍ତି ସାହୁ, ଉପେନ୍ଦ୍ର କୁମାର ସାମଲ ସ୍ବର୍ଗତ ସାମଲ ଙ୍କ ଆଦର୍ଶ ଅନୁପ୍ରେରିତ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ବାନ ଦେଇଥିଲେ। କବୟିତ୍ରୀ ସୁକାନ୍ତି ସାହୁ ଙ୍କ ସଂଯୋଜନା ରେ କବିତା ଆସର ହୋଇଥିଲା। ବରିଷ୍ଠ କବି ବିଦ୍ୟାଧର ବାରିକଙ୍କ ସହିତ ଅନେକ କବି ସ୍ବରଚିତ କବିତାମାନ ପାଠ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦ ର କବି କୃଷିଦା ବେଗମ୍ ଙ୍କ ସହିତ ପ୍ରାୟ ଶତାଧିକ କବି ଯୋଗ ଦେଇଥିଲେ।
