ଗୁରୁ ହେଉଛନ୍ତି ଏ ସମାଜର କର୍ଣ୍ଣଧାର
ଗୁରୁ ହେଉଛନ୍ତି ଏ ସମାଜର କର୍ଣ୍ଣଧାର। ସେମାନେ ଈଶ୍ୱରଙ୍କ ସହିତ ସମାନ।ପଗୁରୁ ବା ଶିକ୍ଷକ ହେଉଛନ୍ତି ଏ ସମାଜର କର୍ଣ୍ଣଧାର। କାରଣ ସେମାନେହିଁ ଏ ସମାଜକୁ ଶୃଙ୍ଖଳିତ ତଥା ସୁସଂଯତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି। ଏହିପରି ମତ ରଖିଥିଲେ ବିଶିଷ୍ଟ ବ୍ୟକ୍ତିଗଣ। ଶ୍ରୀରାଧାରମଣ ଫଉଣ୍ଡସନ ଦ୍ୱାରା ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣ ଙ୍କ ପୁଣ୍ୟ ଜନ୍ମ ତିଥି ଅବସରରେ ଦେବୀଘାଟ ସ୍ଥିତ ଫକୀରମୋହନ ବିଦ୍ୟାମନ୍ଦିର ପରିସରରରେ ଏକ ଜାତୀୟ ଆଲୋଚନା ଚକ୍ର ‘ ଗୁରୁ ହିଁ ସାକ୍ଷାତ ଈଶ୍ୱର’ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ମନୁଷ୍ୟ ଜୀବନରେ ଶିକ୍ଷକ ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜି ଏହି ସଂସ୍କୃତି ର ଅବକ୍ଷୟ ଘଟୁଛି ଯାହା ଫଳରେ ଆମ ସମାଜ ଅଧୋଗତି ଆଡକୁ ଯାଉଛି।ତେଣୁ ଏଥିପ୍ରତି ସଚେତନ ହେବା ନିହାତି ଆବଶ୍ୟକ।

ଫଉଣ୍ଡସନ ର ସମ୍ପାଦକ ଶ୍ରୀ ଗୁରୁଚରଣ ଦାସ ଙ୍କ ସଂଯୋଜନା ରେ ଆୟୋଜିତ ଏହି ଉତ୍ସବର ଉଦଘାଟକ ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ର ପୂର୍ବତନ କୁଳପତି ଡ଼ଃ ହରିହର ହୋତା ଯୋଗ ଦେଇ ପ୍ରାଚୀନ୍ନ ଗୁରୁ ପରମ୍ପରା ଉପରେ ଆଲୋକପାତ କରିଥିଲେ। ମୁଖ୍ୟଅତିଥି ଭାବରେ ବରିଷ୍ଠ ପ୍ରଶାସକ ପଦ୍ମନାଭ ପଣ୍ଡା ନିଜର ମତ ରଖି ଗୁରୁଙ୍କ ଈଶ୍ୱରତ୍ୱ ଉପରେ ଗୁରୁତ୍ୱ ଦେଇଥିଲେ।ଅନ୍ୟତମ ଅତିଥି ଭାବରେ ପିପୁଲ ଫର ଅକ୍ସନ ର ଚେୟାରମ୍ୟାନ ଦେବୀ ପ୍ରସାଦ ଦାସ, ପୂର୍ବତନ କଲେଜ ଅଧ୍ୟକ୍ଷ ଡ଼ଃ କାର୍ତ୍ତିକ ଚନ୍ଦ୍ର ଦାସ, ବରିଷ୍ଠ ଅଧିବକ୍ତା ସୂର୍ଯ୍ୟ ନାରାୟଣ ରଥ, ବ୍ୟାଙ୍କ ଅଧିକାରୀ କୈଳାଶ ଚନ୍ଦ୍ର ସାହୁ, ଅଭୟ ରାଉତ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ। ଉକ୍ତ ସଭାରେ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ହରିଶଙ୍କର ମିଶ୍ର ସଭାପତିତ୍ବ କରିଥିବା ବେଳେ ଉପସଭାପତି ପ୍ରମୋଦ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ସଭା ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ଗୁରୁ ମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି କରତି ସାହି ସ୍ଥିତ ସାରସ୍ବତ ବିଦ୍ଯା ମନ୍ଦିର ପରିସରରେ ଗୁରୁ ପୂଜନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ନର୍ସିଂ ଟ୍ରେନିଂର ଅଧ୍ୟକ୍ଷା ସ୍ବର୍ଣ୍ଣଲତା ଦାସ, ବିଦ୍ୟାଳୟର ତତ୍ତ୍ବାବଧାରକ ଶରତଚନ୍ଦ୍ର ମିଶ୍ର, ପ୍ରଧାନ ଆଚାର୍ଯ୍ଯ, କାଳିନ୍ଦୀଚରଣ ପଲେଇ ଓ ଆଚାର୍ଯ୍ଯ ଆଚାର୍ଯ୍ଯା ମାନଙ୍କ ସମେତ ଛାତ୍ରଛାତ୍ରୀମାନେ ଗୁରୁ ପୂଜନ କରିଥିଲେ ।
