କଲେଇ ପଞ୍ଚାୟତ ରେ ମହାବୀର ହନୁମାନ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଲେଇ ପଞ୍ଚାୟତ ରେ ମହାବୀର ହନୁମାନ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଭଦ୍ରକ ବ୍ଲକ ଅନ୍ତର୍ଗତ କଲେଇ ପଞ୍ଚାୟତ ର ମାଁ କ୍ଷେତ୍ର ବାସୀ ସନ୍ତୋଷୀ ପୀଠ ଠାରେ ମହାବୀର ହନୁମାନ ମନ୍ଦିର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କମିଟି ର ସଭାପତି ଗୈରୀ ଗୋପାଳ ଜେନା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିଥିଲେ। ଅକୁରା ରୋପଣ, ସୂର୍ଯ୍ୟ ପୂଜା କଳସ ଶୋଭାଯାତ୍ରା, ଯଞ ପୂର୍ଣ୍ଣ ଆହୁତି ଅନୁଷ୍ଠିତ ହୋଇଯାଇଛି। ପ୍ରସାଦ ସେବନ ୨ ହଜାର ରୁ ଅଧିକ ଶ୍ରଦ୍ଧାଳୁ ଉପଭୋଗ କରୁଥିଲେ। ଆବାହକ ମହେନ୍ଦ୍ର କୁମାର ମଲ୍ଲିକ (ମୁନା) ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ ର ହାତ ବଢ଼ାଇ ଥାନ୍ତି। ସେ ଜଣେ ସମାଜସେବୀ ପର ଉପକାରୀ ଏବଂ ସନ୍ଧ୍ୟା ସମୟ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଗ୍ରାମ ବାସୀ ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ୫୧ ଜଣ ମାଁ କଳସ ଶୋଭାଯାତ୍ରା ରେ ଯୋଗଦାନ କରିଥିଲେ। ନିତ୍ୟାନନ୍ଦ ବେହେରା, ମହେନ୍ଦ୍ର ମଲ୍ଲିକ, ସୁରେନ୍ଦ୍ର ବେହେରା ଚକ୍ର ଧର ଜେନା, ବାବୁରାମ ମଲ୍ଲିକ କାହ୍ନୁ ଚରଣ ଜେନା,ମଳୟ ମହାରଣା, ପୂର୍ଣ୍ଣ ଚନ୍ଦ୍ର ପାଣି କୃଷ୍ଣ ଚନ୍ଦ୍ର ବେହେରା। କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

ଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ।

Leave a Reply

Your email address will not be published. Required fields are marked *