ଲୁଇସିଂ ପଞ୍ଚାୟତ ରେ ଅପମିଶ୍ରିତ ପ୍ଲାଷ୍ଟିକ ପିଡ଼ିଏସ ଚାଉଳ ବଣ୍ଟନ ଅଭିଯୋଗ

ଲୁଇସିଂ ପଞ୍ଚାୟତ ରେ ଅପମିଶ୍ରିତ ପ୍ଲାଷ୍ଟିକ ପିଡ଼ିଏସ ଚାଉଳ ବଣ୍ଟନ ଅଭିଯୋଗ ।lଫୁଲବାଣୀକନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରେ ରାଜ୍ୟ ସରକାରଙ୍କ ଦ୍ୱାରା ଗରିବ ଅସହାୟ ଜନସାଧାରଣ ହିତାଧିକାରୀ ଙ୍କ ପାଇଁ ଦିଆଯାଉଥିବା ପିଡ଼ିଏସ ଚାଉଳ ଏବେ ପ୍ରକୃତ ଚାଉଳ ନ ଦେଇ ଅପମିଶ୍ରିତ ପ୍ଲାଷ୍ଟିକ ଚାଉଳ ଦିଆ ଯାଉଥିବା ନେଇଁ ଅଭିଯୋଗ ଏହି ଅଭିଯୋଗ କରିଛନ୍ତି ହିତାଧିକାରୀ ମାନେ l ତେବେ ସୂଚନା ଅନୁସାରେ ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତ କୁ ରାସନ କାର୍ଡରେ ଦିଆଯାଉଥିବା ପିଡ଼ିଏସ ଚାଉଳ ଗତ ବାର ତାରିଖରେ ୧୯୬ କୁଇଣ୍ଟାଲ ଅଣା ଜାଇ ଚାଉଳ ପାଉଥିବା ହିତାଧିକାରୀ ଙ୍କୁ ବଣ୍ଟନ କରା ଯାଇଥିଲା l ଚାଉଳ ବଣ୍ଟନ ପରେ ଚାଉଳ ରେ କିଛି ଅପମିଶ୍ରିତ ହୋଇଥିବା ହିତାଧିକାରୀ ମାନେ ଦେଖିବାକୁ ପାଇଥିଲେ ତେବେ ଘରକୁ ଚାଉଳ ନେବାପରେ ଅପମିଶ୍ରିତ ଭଳି ଲାଗୁଥିବା ଧଳା ଧଳା ଚାଉଳ କୁ ନିଆଁରେ ପୋଡିଲେ ତାହା ପ୍ଲାଷ୍ଟିକ ପରି ଜଳୁଥିବା ବେଳେ ଏହା ପ୍ଲାଷ୍ଟିକ ଚାଉଳ କିମ୍ବା କୌଣସି ଅପମିଶ୍ରିତ ଚାଉଳ ବୋଲି ଅଞ୍ଚଳ ରେ ହିତାଧିକାରୀ ଙ୍କ ମଧ୍ୟରେ ଭୟ ଶୃଷ୍ଟି ହୋଇଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି l ଚାଉଳ ରେ ପ୍ରାୟ ଧଳା ଧଳା ପ୍ଲାଷ୍ଟିକ ଭଳି ଚାଉଳ ମିଶିଛି ଯାହାକୁ ନେଇଁ ରୋଷେଇ କରିବା ବେଳେ କିଛି ହିତାଧିକାରୀ ଚାଉଳ କୁ ବାଛି ଧଳା ଚାଉଳ ବାହାର କରି ରୋଷେଇ କରୁଥିବା କହିଛନ୍ତି କିଛି ହିତାଧିକାରୀ l ପୂର୍ବରୁ ମଧ୍ୟ କିଛି ବର୍ଷ ପୂର୍ବରୁ ବନ୍ଧଗଡ଼ ପଞ୍ଚାୟତ ରେ ମଧ୍ୟ ପ୍ଲାଷ୍ଟିକ ଚାଉଳ କିମ୍ବା ଅପମିଶ୍ରିତ ⁴ଚାଉଳ ଯୋଗାଣ କରାଯାଇଥିବା ନେଇଁ ଅଭିଯୋଗ ହୋଇଥିଲା ତେବେ ସମାନ ଅଭିଯୋଗ ଏହି ଉପାନ୍ତ ଅଞ୍ଚଳ ଲୁଇସିଂ ପଞ୍ଚାୟତ ର ହିତାଧିକାରୀ ମଧ୍ୟ ଏଭଳି ଅଭିଯୋଗ କରିଛନ୍ତି l ଏହି ଘଟଣା କୁ ନେଇଁ ଦାୟିତ୍ୱ ରେ ଥିବା ଯୋଗାଣ ନିରୀକ୍ଷକ ଙ୍କୁ ପଚାରିବାରୁ ଏହା ସରକାରଙ୍କ ତରଫରୁ ଏସ ଆଇ ଆର ଭିଟାମିନ ଚାଉଳ ବଣ୍ଟନ କରାଯାଉଛି ଏବଂ ଏହା ପ୍ଲାଷ୍ଟିକ କିମ୍ବା ଅପମିଶ୍ରିତ ଚାଉଳ ନୁହେଁ ଓ ଏହାକୁ ହିତାଧିକାରୀ ମାନେ ଖାଇଲେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି l ଅନ୍ୟପଟେ ଚାଉଳ କୁ ନେଇଁ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସତ୍ୟ ଘଟଣା କୁ ନେଇଁ ସଚେତନ। କିମ୍ବା ତଦନ୍ତ ର ଆବଶ୍ୟକତା ରହିଛି l

Leave a Reply

Your email address will not be published. Required fields are marked *