ଖଇରା ଗ୍ରାମରେ ତ୍ରୀ ଦିବସୀୟ ହନୁମାନ ଯଜ୍ଞ ଉତ୍ସବ ଉଦଯାପିତ.
ଖଇରା ଗ୍ରାମରେ ତ୍ରୀ ଦିବସୀୟ ହନୁମାନ ଯଜ୍ଞ ଉତ୍ସବ ଉଦଯାପିତ.
ବଡ଼ଚଣା :ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଖଇରା ପଞ୍ଚାୟତ ଅନ୍ତର୍ଗତ ଖଇରା ଗ୍ରାମରେ ତ୍ରୀ ଦିବସୀୟ ମହାବୀର ହନୁମାନଙ୍କ ବାର୍ଷିକ ଯଜ୍ଞ ଉତ୍ସବ 1 ତାରିଖ ରବିବାର ଠାରୁ ଆରମ୍ଭ ହୋଇ 3 ତାରିଖ ମଙ୍ଗଳ ବାର ଦିନ ଉଦଯାପିତ ହୋଇଯାଇଛି। ଯଜ୍ଞର ରୀତି ନୀତି ଅନୁସାରେ ପଣ୍ଡିତ ରଙ୍ଗାଧର ପଣ୍ଡା, ଦିଗମ୍ବର ଦାସ,ଦେବାଶିଷ ପଣ୍ଡା,ଲକ୍ଷ୍ମୀଧର ବ୍ୟାସଙ୍କ ଦ୍ଵାରା ପ୍ରଥମେ ଅଙ୍କୁରା ରୋପଣ,ବେଦ ପାଠ,କଳସ ଯାତ୍ରା,ସୂର୍ଯ୍ୟ ପୂଜା,ଗୋ ପୂଜା,ଷୋଡଶ ଉପଚାର ପୂଜା,ହନୁମାନ ଚାଳିଶା,ଗୀତା ପାଠ,ଚଣ୍ଡୀପାଠ ଓ ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପାଦନ ହୋଇଥିଲା,ଏହି ଯଜ୍ଞ ଉତ୍ସବରେ ରାଜ କିଶୋର ଓଝା କର୍ତ୍ତା,ଓ ତାଙ୍କ ଧର୍ମ ପତ୍ନୀ ସୁଷମା ଓଝା କର୍ତ୍ତୀ ଭାବରେ ସମର୍ପିତ ମନୋଭାବ ରଖି ମହାବୀର ହନୁମାନଙ୍କ ଚରଣରେ ବିଶ୍ୱର ମଙ୍ଗଳ ନିମନ୍ତେ ଉପବେଶନ ହୋଇଥିଲେ,ପୂର୍ଣ୍ଣାହୁତି ଦିବସରେ ଆଖ ପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଏଠାକୁ ଆସି ଆଶିଷ ଭିକ୍ଷା କରିବା ସହ ପ୍ରସାଦ ସେବନ କରି ଘରକୁ ଫେରିଥିଲେ,ଏହି ଯଜ୍ଞ କାର୍ଯ୍ୟରେ ଉପକର୍ତ୍ତା ଅଜୟ ମହାରଣା ଓ ଗ୍ରାମର ସମସ୍ତ ଲୋକ ମାନେ ସାହାଯ୍ୟ ସହଯୋଗ କରିଥିଲେ.
