ବରିଷ୍ଠ ନାଗରିକ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ

ପୁରୀ- ୨୮/୦୯– ବରିଷ୍ଠ ନାଗରିକ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ ହୋଇଛି । ଆଜି ଅପରାହ୍ନରେ ନୀଳାଦ୍ରି ବେଳାଭୂମିରୁ ପ୍ରାୟ ୩୦ ଜଣ ବରିଷ୍ଠ ନାଗରିକ ସହରର ଐତିହାସିକ ସମ୍ପର୍ଣ୍ଣ କବୀର ଚୌରା, ବିଦୁର ମଠ, ବାଉଳୀ ମଠ, ତୋଟା ଗୋପୀନାଥ ଆଦି ବୁଲି ଖୁସିବ୍ୟକ୍ତ କରିଥିଲେ । ଗବେଷକ ଡଃ ସୁରେନ୍ଦ୍ର ମିଶ୍ର ବିଭିନ୍ନ ମଠର ଉତ୍ପତ୍ତି ଓ ମହାତ୍ମ ବିଷୟରେ ଆଲୋକପାତ କରିଥିଲେ । ପ୍ରଶାସନ ପକ୍ଷରୁ ୪ଟି ଗଲ୍ଫ କାର୍ଟ ଯୋଗାଇ ଦିଆଯାଇଥିଲା । ପୁରୀର ଉନ୍ନତ ଓ ଐତିହ୍ୟପୂର୍ଣ୍ଣ ତଥା ସୁପ୍ତ ପ୍ରାୟ ପ୍ରାଚୀନ ପରମ୍ପରାର ଅନାଲୋଚିତ ଦିଗ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ହେରିଟେଜ ରାଇଡରେ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ, ବୁଦ୍ଧିଜିବୀ, ପର୍ଯ୍ୟଟକ ସମେତ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି । ଏହି ଅବସରରେ ଭାରତ ସରକାରଙ୍କ ପର୍ଯ୍ୟଟନ ବିଭାଗ ସହ ନିର୍ଦ୍ଦେଶକ ଶ୍ରୀମତୀ ସୋନିଆ ତିର୍କୀ, ସୂଚନା ଅଧିକାରୀ ଶ୍ରୀ ଜଗନ୍ନାଥ ବେହେରା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କାନ୍ତ ପ୍ରଧାନ, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ଶ୍ରୀ ନଟବର ସାହୁ, ଶ୍ରୀ ଶାନ୍ତିରଞ୍ଜନ ମିଶ୍ର, ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଶ୍ରୀ ଉମାବଲ୍ଲଭ ମହାପାତ୍ର, ଶ୍ରୀ ସୁଧାକର ମହାପାତ୍ର, ଶ୍ରୀ ବାସୁଦେବ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *