ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ

ପୁରୀ- ତା. ୦୩.୧୦.୨୦୨୧- ଛାତ୍ରଛାତ୍ରୀ ମାନଙ୍କୁ ନେଇ ହେରିଟେଜ ରାଇଡ ଅନୁଷ୍ଠିତ ହୋଇଛି । ଆଜି ସକାଳ ସମୟରେ ନୀଳାଦ୍ରି ବେଳାଭୂମିରୁ ଗଙ୍ଗାଧର ନୋଡାଲ ବିଦ୍ୟାପୀଠର ପ୍ରାୟ ୩୨ ଜଣ ଛାତ୍ରଛାତ୍ରୀ ନିଳାଦ୍ରି ବେଳାଭୂମିରୁ ବାହାରି ପୌରସଂସ୍ଥା କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ବର୍ଜ୍ୟବସ୍ତୁ ପରିଚାଳନା ନେଇ ସେମାନଙ୍କୁ ବିଭିନ୍ନ ପ୍ରକ୍ରିୟା ସଂପର୍କରେ ଅବଗତ କରାଯାଇଥିଲା । ଫିଡବ୍ୟାକ ଫାଉଣ୍ତେସନର ଶ୍ରୀ ଜ୍ୟୋତି ପ୍ରକାଶ ପିଲାମାନଙ୍କ ସହ ଭାବ ବିନିମୟ କରିଥିଲେ । ଏହାପରେ ସେମାନେ ସହରର ଐତିହାସିକ ସମ୍ପର୍ଣ୍ଣ ସିଦ୍ଧବକୁଳ ମଠ,ଜିଆର ସ୍ବାମୀମଠ, ଗଙ୍ଗାମାତ ମଠ, ରାଧାକାନ୍ତ ମଠ, ଶ୍ବେତଗଙ୍ଗା ପୁଷ୍କରିଣୀ ଆଦି ବୁଲି ଖୁସିବ୍ୟକ୍ତ କରିଥିଲେ । ଗବେଷକ ଡଃ ସୁରେନ୍ଦ୍ର ମିଶ୍ର ବିଭିନ୍ନ ମଠର ଉତ୍ପତ୍ତି ଓ ମହାତ୍ମ ବିଷୟରେ ଆଲୋକପାତ କରିଥିଲେ । ପୁରୀର ଉନ୍ନତ ଓ ଐତିହ୍ୟପୂର୍ଣ୍ଣ ତଥା ସୁପ୍ତ ପ୍ରାୟ ପ୍ରାଚୀନ ପରମ୍ପରାର ଅନାଲୋଚିତ ଦିଗ ସଂପର୍କରେ ଜିଜ୍ଞାସା ସୃଷ୍ଟି କରିବାକୁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ହେରିଟେଜ ରାଇଡରେ ଛାତ୍ରଛାତ୍ରୀ, ଯୁବ ଗୋଷ୍ଠୀ, ବୁଦ୍ଧିଜିବୀ, ପର୍ଯ୍ୟଟକ ସମେତ ବିଭିନ୍ନ ବର୍ଗଙ୍କୁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସାମିଲ କରାଯାଉଛି । ଏହି ଅବସରରେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀ ସରୋଜ କାନ୍ତ ପ୍ରଧାନ, ବ୍ଲକ ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ଦାଶ, ଇକୋ ଟ୍ୟୁରିଜିମ କ୍ଲବର ପ୍ରତିଷ୍ଠାତା ଶ୍ରୀ ଯୁଗବ୍ରତ କର, ଶ୍ରୀ ଶାନ୍ତିରଞ୍ଜନ ମିଶ୍ର, ଶ୍ରୀ ପ୍ରମୋଦ ଆଚାର୍ଯ୍ୟ, ଶ୍ରୀ ଅଜିତ ପଣ୍ତା, ଶ୍ରୀ ନଟବର ସାହୁ, ଶ୍ରୀ ସୁଶାନ୍ତ ପାତ୍ର, ଶ୍ରୀ ଶୁଭ୍ରାଂଶୁ ଶେଖର ଦାଶ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *