ଭଦ୍ରକରେ ପାଳିତ ହେଲା ଆଜାଦିର ଅମୃତ ସମାରୋହ

ଭଦ୍ରକ :୦୩/୧୦- ଭଦ୍ରକକୁ ସରସ ସୁନ୍ଦର କରିବା ପାଇଁ ପରିସ୍କାର ପରିଛନ୍ନ କରିବା ଆବଶ୍ୟକ। ଯେଉଁ କର୍ମୀମାନେ ଏହାର ଅଂଶଗ୍ରହଣ କରୁଛନ୍ତି, ସେମାନେ ନିହାତି ପ୍ରଶଂସନୀୟ ଯୋଗ୍ୟ । ଆଜି ଭଦ୍ରକ ଜିଲ୍ଲା ର ସଫେଇ କରୁଥିବା କର୍ମଚାରୀ ଙ୍କୁ ଆଜାଦି ଅମୃତ ପାଳନ ଆବସରରେ ପୁରସ୍କୃତ କରାଯାଇଥିଲା। ଏଥିରେ ଭଦ୍ରକ ପ୍ରୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତ। ସହକାରୀ ଯନ୍ତ୍ରୀ ଲାଲା ଦେବାଶିଷ ରାଏ। କନିଷ୍ଠ ଯନ୍ତ୍ରୀ ବୈଜନ୍ତ ପାଢ଼ୀ, ସାନିଟେସନ୍ ଏକ୍ସପଟ୍ ବିଷ୍ଣୁ ପ୍ରସାଦ ବେହେରା, ମୁକ୍ତା ଏକ୍ସପଟ୍ ଆଶିଷ କୁମାର ମିଶ୍ର ଆଦି ଯୋଗ ଦେଇ ସଭାକୁ ଆଗେଇ ନେଇଥିଲେ। ଏହି ସଭା ରେ ଜିଲ୍ଲାର ବହୁ ସଫେଇ କର୍ମଚାରୀ ଙ୍କୁ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ ମାନପତ୍ର ଦେଇ ଉତ୍ସହ କରାଯାଇଥିଲା।

ରିପୋର୍ଟ :-ପୁନିଲ କୁମାର ସାମନ୍ତ

Leave a Reply

Your email address will not be published. Required fields are marked *