ବିଶ୍ଵପର୍ଯ୍ୟଟନ ଦିବସ ଉପଲକ୍ଷେ ଐତିହ୍ୟ ସୁପରବାଇକ ରାଲି ।
ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ “ବିଶ୍ୱ ପର୍ଯ୍ୟଟନ ଦିବସ” ମହାସମାରୋହରେ ପାଳିତ ହୋଇଯାଇଛି I ଏହି ଐତିହ୍ୟ ବାଇକସୁପର ରାଲି କାର୍ଯ୍ୟକ୍ରମ ସକାଳ ୭ଘଟିକା ସମୟରେ ଶାନ୍ତିସ୍ତୂପ ଧଉଳି ଠାରୁ ଆରମ୍ଭ ହୋଇ ପିପିଲି, ମାଳତୀପାଟପୁର ଦେଇ ପୁରୀ – କୋଣାର୍କ ମେରାଇନ ଢ୍ରାଇଡ ରାସ୍ତା ଦେଇ ବିଶ୍ବ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ପହଞ୍ଚିଥିଲେ। ସେମାନଙ୍କୁ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ପର୍ଯ୍ୟଟନ ବିଭାଗ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପରେ ପରେ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ଠାରେ ବିଶ୍ବ ପର୍ଯ୍ଯଟନ ଦିବସ ଉପଲକ୍ଷେ ଆୟୋଜିତ ପର୍ଯ୍ୟଟନ ଦିବସ ସମାରୋହ କାର୍ଯ୍ୟକ୍ରମରେ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ସମ୍ବିତ ପାତ୍ର, ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସମର୍ଥ ବର୍ମା, ପର୍ଯ୍ୟଟନ ବିଭାଗ ସ୍ଵତନ୍ତ୍ର ସଚିବ ବାଲ ମୁକୁନ୍ଦ ଭୂୟାଁ, କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ଓ ପୁରୀ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ କୌଳାସ ଚନ୍ଦ୍ର ନାୟକ, ଓଡିଶା ସୁପର ବାଇକ ଆସୋସିଏସନ ସଂପାଦକ ହିମାଂଶୁ ଶେଖର ନାୟକ ପ୍ରମୁଖ ଯୋଗଦେଇ ପର୍ଯ୍ୟଟନ ଶିଳ୍ପର ଦ୍ରୂତ ଅଭିବୃଦ୍ଧି ନିମନ୍ତେ ସୁପର ବାଇକର ମାନଙ୍କ ଭୂମିକା ଅନନ୍ୟ ବୋଲି ଅଭିହିତ କରିଥିଲେ।

ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ବିକାଶ ପ୍ରଚାର ଓ ପ୍ରସାର ଦିଗରେ ଏହା ଏକ ପ୍ରମୁଖ ଭୂମିକା ଲିଭାଇବ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ପ୍ରଥମ ଥର ପାଇଁ ବିଶ୍ବ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ଐତିହ୍ୟ ସୁପରବାଇକର ରାଲି ଭଳି କାର୍ଯ୍ୟକ୍ରମ ପର୍ଯ୍ୟଟନ ବିଭାଗ ର ଏକ ଅନନ୍ୟ କାର୍ଯ୍ୟକ୍ରମ କହିଲେ ଅତ୍ୟୁକ୍ତି ହେବନାହିଁ। ଭାରତବର୍ଷରେ ପର୍ଯ୍ୟଟନ କ୍ଷେତ୍ର ରେ ଏ ବର୍ଷର ମୁଖ୍ୟ ବାର୍ତ୍ତା ହେବ” ପର୍ଯ୍ୟଟନ ଆଉ ଶାନ୍ତି” କ୍ଷେତ୍ରରେ କାର୍ଯ୍ୟ କରିବ।ପ୍ରବାସୀ ଭାରତୀୟ ଜଣେକା ୫ ଜଣ ବିଦେଶୀ ବନ୍ଧୁ ଙ୍କୁ ଭାରତର ପର୍ଯ୍ୟଟନ କ୍ଷେତ୍ର ଆଣି ବୁଲେଇବାକୁ ଭାରତ ର ପ୍ରଧାନ ମନ୍ତ୍ରୀ ଙ୍କ ନିବେଦନ କୁ ସମସ୍ତେ ପାଳନ ପୂର୍ବକ ଭାରତର ପର୍ଯ୍ୟଟନ ଶିଳ୍ପ ର ବିକାଶ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ପୁରୀ ଏମପି ସମ୍ବିତ ପାତ୍ର ମତବ୍ୟକ୍ତ କରିଥିଲେ।
