ବ୍ରହ୍ମପୁର ସହର ତଳି କ୍ରିୟାନୁଷ୍ଠାନ କମିଟିର ଉପଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ

ବିଶୁଦ୍ଧ ପାନୀୟ ଜଳ ଯୋଗାଣ”ସହର ତଳି ଅଞ୍ଚଳ ଖାରବେଳ ନଗର, ବାପୁଜୀ ନଗର, ଶକ୍ତି ନଗର, ଓ ଗୋବିନ୍ଦ ବିହାରରେ ଯଦିଓ ଦୁଇ ବର୍ଷ ହେଲା ଜାନିବିଲ୍ ପାଇପ୍ ଲାଇନ୍ ବିଛା ଯାଇ ସଂଯୋଗ ଦିଆ ଯାଇଛି। ତଥାପି ସେହି ଅଞ୍ଚଳର ବାସିନ୍ଦାଙ୍କୁ ଆଜି ପର୍ଯ୍ୟନ୍ତ ବିଶୁଦ୍ଧ ତଥା ନିରାପଦ ପାନୀୟ ଜଳ ଗୋଟିଏ ବୁନ୍ଦା ମଧ୍ୟ ଉପଲବ୍ଧ ହେଉନାହିଁ, ଫଳସ୍ୱରୂପ ଏହି ଅଞ୍ଚଳର ଜନ ସାଧାରଣ ପାନୀୟ ଜଳ ସଙ୍କଟ ଦେଇ ଗତି କରୁଛନ୍ତି । ସୁରକ୍ଷିତ ପାନୀୟ ଜଳ ଟିକିଏ ସଂଗ୍ରହରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଜାନିବଲ୍ ପାଇପ୍ ଜଳ ପ୍ରକଳ୍ପ ମାଧ୍ୟମରେ ଜଳ କାହିଁକି ଉପରୋକ୍ତ ଅଞ୍ଚଳଗୁଡିକୁ ଯୋଗାଇ ଦିଆଯାଉ ନାହିଁ ତାହା ସମସ୍ତଙ୍କ ପାଇଁ ରହସ୍ୟ ହୋଇ ରହିଛି | ପିଏଚଡି ବିଭାଗ ତଥା ୱାଟକୋ କତୃପକ୍ଷ କାହିଁକି ଏହି ଲୋକଙ୍କୁ ପାନୀୟ ଜଳ ସୁବିଧା ପାଇବାରେ ବଞ୍ଚିତ କରୁଛି ତାହା ଆମର ବୋଧଗମ୍ୟ ବାହାରେ । ଏହି ଅବ୍ୟବସ୍ଥା ଓ ବିଲକ୍ଷଣର ସର୍ବୋତ୍ତମ କାରଣ ୱାଟକୋ ଅଧିକାରୀ ହିଁ କହି ପାରିବେ । ପାଇପ୍ ଲାଇନ ବିଛାଇବା ପରେ ମଧ୍ୟ ପାନୀୟ ଜଳର ଉପଲବ୍ଧତା ନହେବା ନିୟମର ସ୍ପଷ୍ଟ ଉଲ୍ଲଂଘନ ଏବଂ ନାଗରିକମାନଙ୍କର ମୌଳିକ ଓ ମାନବିକ ଅଧିକାରର ଉଲ୍ଲଂଘନ |

ତେଣୁ ସୁରକ୍ଷିତ ବିଶୁଦ୍ଧ ପାନୀୟ ଜଳର ଅଭାବରୁ ସେହି ଅଞ୍ଚଳ ବାସିନ୍ଦାଙ୍କୁ ମୁକ୍ତି ଦେବାକୁ ଏବଂ ଜାନିବିଲ ପାଇପ ଲାଇନ ଜଳ କିଭଳି ସୁରୁଖୁରୁରେ ଉପଲବ୍ଧି ହେଇ ପାରିବ ସେ ଦିଗରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବ୍ରହ୍ମପୁର ଉପଜିଲ୍ଲାପାଳ ସୁଶ୍ରୀ ଦୀନା ଦସ୍ତାଗୀରି ଙ୍କୁ ଆଜି ଏକ ଦାବୀ ପତ୍ର ପ୍ରଦାନ କରି ଦୃଷ୍ଟି ଆକର୍ଷଣ କରିଥିଲେ । ସେ ୱାଟକୋ କର୍ତ୍ତୃପକ୍ଷଙ୍କ ସହ କଥା ହେଇ ସେ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ସୁଗମ କରିବାର ବ୍ୟବସ୍ଥା କରାଯିବ ବୋଲି କମିଟିକୁ ପ୍ରତିଶ୍ରୁତି ଦେଇଥିଲେ। ଆଜିର ପ୍ରତିନିଧି ମଣ୍ଡଳୀରେ କମିଟି ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ବ୍ୟତୀତ ସାଧାରଣ ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଟି ସୁଦେଶ ପାତ୍ର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରୀ,ଉପ ସଂଗଠନ ସମ୍ପାଦକ ଅଜିତ୍ ପଟ୍ଟନାୟକ, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର ଓ ଉପଦେଷ୍ଟା କାଳିନ୍ଦୀ ଚରଣ ନାୟକ, ଲକ୍ଷ୍ମୀ କାନ୍ତ ପଣ୍ଡା ଓ ଆଦିତ୍ୟ ନାରାୟଣ ରଥ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *