ବ୍ୟାଙ୍କ ସମ୍ମୁଖରେ ମଦ୍ୟପ ଯୁବକଙ୍କ ଉନ୍ମୁକ୍ତକାଣ୍ଡ

-ବ୍ୟାଙ୍କ ସମ୍ମୁଖରେ ମଦ୍ୟପ ଯୁବକଙ୍କ ଉନ୍ମୁକ୍ତକାଣ୍ଡ। ବ୍ୟାଙ୍କ ସିକ୍ୟୁରିଟି ଗାର୍ଡକୁ ଖଣ୍ଡାରେ ଆକ୍ରମଣ ସହ କର୍ମଚାରୀଙ୍କୁ ଜୀବନରୁ ମାରିବା ପାଇଁ ଧମକ। ଭୟାଭିତ ଅବସ୍ତାରେ ଗ୍ରାହାକ।-ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମୁକ୍ତାପଶି ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ମଦ୍ୟପ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ। ଖଣ୍ଡା ଧରି ପ୍ରଥମେ ବ୍ୟାଙ୍କ ସିକ୍ୟୁରିଟି ଗାର୍ଡକୁ ଆକ୍ରମଣ ଏବଂ ବ୍ୟାଙ୍କ ସମ୍ମୁଖରେ ସମସ୍ତ କର୍ମଚାରୀଙ୍କୁ ହତ୍ୟା ଧମକ ଦେଇଥିଲେ। ଏପରିକି ଯୁବକଙ୍କ ଖଣ୍ଡରେ ସିକ୍ୟୁରିଟି ଗାର୍ଡଙ୍କ ବାମ ହାତର ଏକ ଆଙ୍ଗୁଳି କଟି ଯାଇଥିଲା। ଯାହାକୁ ନେଇ ବ୍ୟାଙ୍କ ଭିତରେ ଥିବା ଗ୍ରାହକ ମାନେ ଭୟାଭିତ ଅବସ୍ଥାରେ ଥିଲେ। ତେବେ ମଦ୍ୟପ ଯୁବକ ଜଣଙ୍କ କେଉଁ କାରଣରୁ ଆକ୍ରମଣ କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ। ପ୍ରାୟ ଏକ ଘଣ୍ଟା ଧରି ଏହି ହାଇ ଭୋଲଟେଜ ହଙ୍ଗାମାରେ ଲୋକମାନେ ଆତଙ୍କିତ ଥିବା ଦେଖିବାକୁ ମିଳିଛି। ଏ ନେଇ ବ୍ୟାଙ୍କ ମ୍ୟାନେଜର କାମାକ୍ଷାନଗର ପୋଲିସକୁ ଫୋନ ମାଧ୍ୟମରେ ଜଣେଇବା ପରେ ପ୍ରାୟ ଦୁଇ ଘଣ୍ଟାରୁ ଉର୍ଧ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିନଥିଲା। ତେବେ ଉନ୍ମୁକ୍ତ କାଣ୍ଡ କରାଇଥିବା ଯୁବକ ଜଣଙ୍କ ଘଟଣା ସ୍ଥଳରୁ ପଳେଇ ଯାଇଥିବା ସୂଚନା ମିଳିଛି। ଖୁବଶୀଘ୍ର ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରି କଡା କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *