ଜାଭିୟର ବିଶ୍ବବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ଜାଭିୟର ବିଶ୍ବବିଦ୍ୟାଳୟ , ଭୁବନେଶ୍ୱର ପକ୍ଷରୁ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଏକ ରକ୍ତ ଦାନ ଶିବିର( ଏନ୍ ଏସ ଏସ ) ସଂସ୍ଥା ପକ୍ଷରୁ ଆୟଜିତ ହୋଇଥିଲା। ବିଶ୍ୱବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଅଧ୍ୟାପକ ଅଧ୍ୟାପିକା,ଓ କର୍ମଚାରୀଙ୍କ ସହଯୋଗରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ପୋଲିସି କମିଶନର ,ଆଇ ପି ଏସ( ଭୁବନେଶ୍ୱର -କଟକ) ଶ୍ରୀ ସଞ୍ଜୀବ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତ ଦାନ ଶିବିରକୁ ଉଦ୍ଘାଟନ କରିବା ସହ ବିଶ୍ବବିଦ୍ୟାଳୟର ଏନ ଏସ ଏସ କରାଯାଇଥିବା ଏହି ଉଦ୍ୟମ ପାଇଁ ଉଚ୍ଚ ପ୍ରଶଂସା କରି କହିଥିଲେ ରକ୍ତ ଦାନ କରି ଜୀବନ ବଞ୍ଚାଇବା ସାରା ଜଗତ ପାଇଁ ଏକ ମହତ ପୂଣ୍ୟକାମ ଯାହା ଏଠାରେ କରାଯାଉଛି। ବିଶ୍ଵବିଦ୍ୟାଳୟର କୂଳସଚିବ ଫାଦର୍ ଏସ ଅଣ୍ଟନି ରାଜ, ଜାତୀୟ ସେବା ଯୋଜନା ଅଧିକାରୀ ଡ ଜ୍ୟୋତି ରଞ୍ଜନ ସାହୁ, ଡେପୁଟି କମାଣ୍ଡାଣ୍ଟ ତଥା ଭାରତୀୟ ରେଡକ୍ରସ ସୋସାଇଟ, ଓଡ଼ିଶା ରାଜ୍ୟ ଶାଖା ଯୁଗ୍ମ ସମ୍ପାଦକ ଶ୍ରୀ ଲଳିତେନ୍ଦୁ ମହାନ୍ତି , ଡାକ୍ତର ପ୍ରଦୀପ କୁମାର ମହାରଣା ଏହି ଉତ୍ସବରେ ଯୋଗ ଦେଇ ରକ୍ତ ଦାନ କରୁଥିବା ଯୁବ ସ୍ଵେଚ୍ଛସେବୀମାନଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ।୨୦୫ ଜଣ ରକ୍ତ ଦାତା ଛାତ୍ରଛାତ୍ରୀଙ୍କଠାରୁ ୨୦୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲା ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ଏଥିରେ ଅକୁଣ୍ଠ ସହଯୋଗ କରିଥିଲେ। ୩୦୦ରୁ ଅଧିକ ଛାତ୍ର ଛାତ୍ରୀ ଏହି ଉତ୍ସବରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *