ଶ୍ରୀ ଦ୍ୱିତିଚନ୍ଦ୍ର ସାହୁ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ସମ୍ବର୍ଦ୍ଧିତ

ରାୟଗଡା ବ୍ଲକ୍ ଅନ୍ତର୍ଗତ ବିଲେସୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଦ୍ୱିତି ଚନ୍ଦ୍ର ସାହୁ ନୂଆ ଦିଲ୍ଲୀ ଠାରେ ଗୁରୁଦିବସ ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ଶିକ୍ଷକ ସମ୍ମାନ -୨୦୨୪ ଗ୍ରହଣ କରି ଫେରିବା ପରେ ସମ୍ବାଦ ସାହିତ୍ୟ ଘର, ସାହିତ୍ୟ ଖଟି ଓ ଅନ୍ୟାନ୍ୟ ଅନୁଷ୍ଠାନ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଛି । ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଆୟୋଜିତ ଉତ୍ସବରେ ରାୟଗଡ଼ା ସମ୍ବାଦ ସାହିତ୍ୟ ଘରର ସଭାପତି ତଥା ଆମ ପଞ୍ଚବଟୀ ସାହିତ୍ୟ ପତ୍ରିକାର ସମ୍ପାଦକ ଶ୍ରୀ ସୁଶାନ୍ତ କୁମାର ନାୟକ ସଭାପତିତ୍ବ କରିଥିବା ବେଳେ ବିଶିଷ୍ଟ ସମାଜସେବୀ ଡ ଦୁଷ୍ମନ୍ତ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସାହିତ୍ୟ ଘରର ସମ୍ପାଦକ ତଥା କବି ଆଶୁତୋଷ ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଡ ମହାନ୍ତି ଜାତୀୟ ଶିକ୍ଷକ ସମ୍ମାନରେ ସମ୍ମାନୀତ ଶିକ୍ଷକ ଶ୍ରୀ ଦ୍ଵିତି ଚନ୍ଦ୍ର ସାହୁଙ୍କୁ ଅଙ୍ଗ ବସ୍ତ୍ର ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମ୍ବାଦ ସାହିତ୍ୟ ଘରର ସମସ୍ତ କବି ଓ କବିୟିତ୍ରୀ ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିବା ବେଳେ କବି ଶ୍ରୀଧର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନୀଳାମ୍ବର ମିଶ୍ରଙ୍କ ରିପୋର୍ଟ ରାୟଗଡା ।

Leave a Reply

Your email address will not be published. Required fields are marked *