ଆଜି ତୈଳିକ ବୈଷ ମହାସଂଘ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା
ତା ୧୩.୧୦.୨୦୨୪ ରିଖ (ରବିବାର) ପୁରୁଣା ବଜାରସ୍ଥିତ ତୈଳିକ ବୈଶ୍ୟ ମହାସଂଘ ତରଫରୁ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରାଗଲା । ଉକ୍ତ କାର୍ଯ୍ୟକ୍ରମକୁ ସୁଗୋ ରୁ ରଞ୍ଜିତ ସାହୁ, ଅସୁରାଳି ରୁ ଅଙ୍କିତା ସାହୁ ଓ ପୁରୁଣା ବଜାର ରୁ ପ୍ରଜ୍ଞା ପ୍ରିୟଦର୍ଶନୀ ସାହୁ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ମଣ୍ଡଳୀ ପକ୍ଷରୁ ହରେକୃଷ୍ଣ ସାହୁ, ଯୋଗେନ୍ଦ୍ର ସାହୁ, ରାବିନାରାୟଣ ପୃଷ୍ଟି ଓ ଡ଼ା ବାଇଧାର ସାହୁ ପରିଚାଳନା କରିଥିଲେ । ଏଥିରେ ସହଯୋଗ କରିଥିଲେ, ଭାସ୍କର ସାହୁ, ସୁଧାନିଧ୍ ସାହୁ, ଗୌରହରି ସାହୁ, ଦୀନବନ୍ଧୁ ସାହୁ ଓ ବଳିଆ ସାହୁ । ତତ ସହିତ ଦୁର୍ଗାଙ୍କ ପୂଜା ମଣ୍ଡପରେ ଭଜନ ସନ୍ଧ୍ୟା ଆୟୋଜନ ହୋଇଥିଲା I ତା ପୂର୍ବରୁ ୧୨.୧୦.୨୦୨୪ ରିଖ (ରବିବାର) ନବକନ୍ୟା ପୂଜା ବଡ ସୌନ୍ଦର୍ଯ୍ୟ ପରିବେଶରେ ପାଳନ କରାଗଲା ।
