ଶ୍ରୀମନ୍ଦିରରେ ଜେଟିପିଙ୍କ ଗୁଣ୍ଡାରାଜ।

ଶ୍ରୀମନ୍ଦିରରେ ଜେଟିପିଙ୍କ ଗୁଣ୍ଡାରାଜ। ଦର୍ଶନକୁ ନେଇ ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗ, ଶ୍ରୀମନ୍ଦିରରେ ଦର୍ଶନକୁ ନେଇ ଜଣେ ଫୋଟ ସାମ୍ବାଦିକଙ୍କୁ ଜଗନ୍ନାଥ ଟେମ୍ପଲ ପୋଲିସ ମାଡ଼ ମାରିବା ସହ ଜାତିଆଣା ଆକ୍ଷେପ ନେଇ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ସାମ୍ବାଦିକ ସନାତନ ଭୋଇଙ୍କ ସହ ଦର୍ଶନକୁ ନେଇ ଜେଟିପି ଲକ୍ଷ୍ମୀଧର ଉପାଧ୍ୟାୟ ମାଡ଼ ମାରିଥିବା ନେଇ ସିଂହଦ୍ୱାର ଥାନରେ ଅଭିଯୋଗ କରାଯାଇଛି। ଶ୍ରୀମନ୍ଦିର ଭଳି ଏକ ଧାର୍ମିକ ସ୍ଥାନରେ ସାମ୍ବାଦିକଙ୍କ ସହ ଏଭଳି ବ୍ୟବହାର ଅଭିଯୋଗକୁ ନେଇ ସାମ୍ବାଦିକ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ତେବେ ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନରେ ଅଭିଯୋଗ ହୋଇଥିବା ସୂଚନା ମିଳିଛି। ଅଭିାଯାଗକାରୀ ସନାତନ ତାଙ୍କ ଅଭିଯୋଗରେ ଉଲେଖ କରିଛନ୍ତି କି ଶନିବାର ରାତି ପ୍ରାୟ ୯ ଟା ସମୟରେ ସେ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟର ଏଡିଟରଙ୍କ ସହ ଜଣେ ପୁରୁଷ ଏବଂ ଦୁଇଜଣ ମହିଳା ମହାପ୍ରଭୁ୍‌ଙ୍କ ଦର୍ଶନ କରିବାକୁ ଆସିଥିଲେ। ଏନେଇ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିଲା । ସେମାନଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ଜଣେ ଶ୍ରୀମନ୍ଦିର ସ୍ୱତନ୍ତ୍ର ସୁରକ୍ଷା ବାହାନୀର କର୍ମଚାରୀ ପ୍ରଦାନ କରାଯାଇଥିଲା। ସଂପୃକ୍ତ କର୍ମଚାରୀ ସମସ୍ତଙ୍କୁ ଦର୍ଶନ କରାଇବା ପାଇଁ ଶ୍ରୀମନ୍ଦିର ଘଣ୍ଟିଦ୍ୱାର ଦେଇ ନେଇଥିଲେ। ଏହି ସମୟରେ ସନାତନ ଭୋଇ ମଧ୍ୟ ଯିବା ସମୟରେ ବ୍ୟାରିକେଡରେ ଡିୟୁଟିରେ ଥିବା ଜଣେ ଜେଟିଏସ ତାଙ୍କୁ ଯିବାକୁ ବାରଣ କରିଥିଲେ। ଶ୍ରୀ ଭୋଇ ତାଙ୍କ ପରିଚୟ ଦେବା ସହ କାର୍ଯ୍ୟାଳୟରୁ ଆସିଥିବା ଏଡିଟର ଓ ଅନ୍ୟମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ପ୍ରୋଟକଲ ବ୍ୟବସ୍ଥା କରାଯାଇଥିବା କହିଥିଲେ। ଏହା ଜାଣିବା ପରେ ମଧ୍ୟ ଜେଟିଏସ ଜଣଙ୍କ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଯାହାଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସେଠାରୁ ସାମ୍ବାଦିକ ଶ୍ରୀ ଭୋଇ ପଳାଇଆସି ସୂର୍ଯ୍ୟମନ୍ଦିର ଅପରପାର୍ଶ୍ୱରେ ଥିବା ଏକ ଦୀପଦୋକାନ ନିକଟରେ ଠିଆ ହୋଇଥିଲେ। ହଠାତ ସଂପୃକ୍ତ ଜେଟିଏସ କର୍ମଚାରୀ ଆସି ତାଙ୍କ ବେକକୁ ଧରି ଟାଣିଟାଣି ଘଣ୍ଟିଦ୍ୱାର ନିକଟକୁ ନେଇଥିଲେ। ସେଠାରେ ଥିବା ଜେଟିପି ଲକ୍ଷ୍ମୀଧର ଉପାଧ୍ୟୟ କିଛି ନ ବୁଝି ସନାତନ ଭୋଇଙ୍କୁ ମାଡ ମାରିଥିଲେ। ଯାହାଫଳରେ ସେ ଗୁରୁତର ଆହତ ହୋଇଥିଲେ। ପରେ ଗାରଦକୁ ନେଇ ହତ୍ୟା ଧମକ ଦେଇ ଏକ ସାଧା ଧଳା କାଗଜରେ ତାଙ୍କର ଦସ୍ତଖସ୍ତ ରଖିଥିଲେ | ସନାତନ ଜଣେ ନିଚ୍ଛ ଜାତିର ବୋଲି ଜାଣିବା ପରେ ପରେ ଜାତିଆଣ ମନ୍ତବ୍ୟ ଦେଇ ବାଡିରେ ବାଡାଇବା ପାଇଁ ଧମକ ଦେଇଥିଲେ। ଏନେଇ ସାମ୍ବିଦକ ସନାତନ ଭୋଇ ସିଂହଦ୍ଵାର ଥାନାରେ ଏକ ଲିଖି୍‌ତ ଅଭିଯୋଗ କରିଥିବବେଳେ ସିଂହଦ୍ୱାର ଥାନା ପୋଲିସ କେସ ନଂ୨୪୨/୨୬ ରେ ଏକ ମାମଲା ରୁଜ କରିଛି। ଅପରପକ୍ଷରେ ମାଡ କାରଣରୁ ସାମ୍ବାଦିକଙ୍କ ବାମପାଶ୍ୱ କାନ ପରଦା ଫାଟି ଯାଇଥିବା ଜଣାପଡିଛି। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଦୋଷୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି।ସେପଟେ ଏଭଳି ସମ୍ବେଦନଶୀଳ ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ପ୍ରତୀକ୍ ସିଂ। ଘଟଣାର ତଦନ୍ତ ଚାଲିଛି ଏବଂ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି।

Leave a Reply

Your email address will not be published. Required fields are marked *