ପୁରୀରେ ଆଞ୍ଚଳିକ ଭୂସମ୍ପତ୍ତି ସୁରକ୍ଷା ପରିଷଦ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପୁରୀରେ ଆଞ୍ଚଳିକ ଭୂସମ୍ପତି ସୁରକ୍ଷା ପରିଷଦ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା।ଦୀର୍ଘବର୍ଷ ଧରି ଜମିଜମା ସମସ୍ୟା ଦୂର ପାଇଁ ସରକାରୀ ଉଦାସୀନତା ଉପରେ ସାମ୍ବାଦିକ ସମ୍ବିଳନୀରେ ପରିଷଦର ସଦସ୍ୟ ମାନେ ମତ ରଖିଥିଲେ। ସଦ୍ୟ ବାହାରିଥିବା ଶ୍ରୀଜଗନ୍ନାଥ ମନ୍ଦିର ଜମି ପରିଚାଳନା ନିୟମ 2026 ଗେଜେଟ ନୋଟିଫିକେସନରେ ପୁରୀର ସତେଇଶି ହଜାରୀ ମାହାଲ ଓ ଖୋର୍ଦ୍ଧାର ଏଖରାଯାତ ମାହାଲ ଅନ୍ତର୍ଭୂକ୍ତ ହୋଇନାହିଁ। ତାହା ସତ୍ୱେ ଆଜି ପର୍ଯ୍ୟନ୍ତ ଏହି ମାହାଲରେ ଥିବା ଜମି ଗୁଡିକ ପ୍ରଜା ମାନଙ୍କର ନାମରେ ହୋଇନଥିବା ବେଳେ ଲୋକମାନେ ସରକାରୀ ସହାୟତା ପାଇବାରେ ବଞ୍ଚିତ ହେଉଅଛନ୍ତି। ସବୁଠାରୁ ବଡ଼ କଥା ହେଉଅଛି ସରକାରଙ୍କ ଠାରୁ ଶ୍ରୀମନ୍ଦିର ପ୍ରଶାସନ ମାହାଲ ଜମି ବାବଦ କ୍ଷତିପୂରଣ ପାଇବା ସତ୍ୱେ ବଡ଼ବଡ଼ିଆ ଅଧିକାରୀଙ୍କ ମନମାନି ହେତୁ ସାଧାରଣ ଲୋକ ହଇରାଣ ହେଉଛନ୍ତି। ଏଣୁ ତୁରନ୍ତ ମାହାଲ ଜମିର ସମସ୍ୟା ଉପରେ ସରକାର ଲୋକମାନଙ୍କ ନାମରେ ରେକର୍ଡ ନକଲେ ରାଜରାସ୍ତାକୁ ପରିଷଦ ଓହ୍ଲାଇବ ବୋଲି ଚେତାବନୀ ଦେଇଅଛି। ଅନ୍ୟ ପକ୍ଷରେ ଏହି ସମସ୍ୟା ନେଇ ଆଇନ ଓ ରାଜସ୍ୱ ବିଭାଗ ନିକଟରେ ଅଭିଯୋଗ ହୋଇଥିବା ବେଳେ ସେ ସବୁ ଅଭିଯୋଗ ଗୁଡିକୁ ତର୍ଜମା କରାଯାଉଅଛି। ତେବେ ଖୁବଶୀଘ୍ର ସେ ସମସ୍ୟା ଉପରେ ବିହିତ ବିହିତ ପଦକ୍ଷେପ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *