ମହାପ୍ରଭୁଙ୍କ ଅନବସର ଦର୍ଶନ ପୂର୍ବରୁ ଅଲାରନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଆଇଜି
ପୁରୀ… ଅନବସର ଦର୍ଶନ ପୂର୍ବରୁ ଅଲାରନାଥ ମନ୍ଦୀରର ଶୁରକ୍ଷା ବ୍ୟବସ୍ଥା ପରକ୍ଷୀଲେ ଆଇଜି। ଅଲାରନାଥ ମନ୍ଦିରରେ ଅଣବସର ସମୟରେ ଭକ୍ତମାନଙ୍କ ସୁରକ୍ଷା, ଦର୍ଶନ ଓ ଟ୍ରାଫିକ୍ ପରିଚାଳନା ସମ୍ପର୍କରେ ଆଇଜି ସତ୍ୟଜିତ୍ ନାୟକ କଲେ ସମୀକ୍ଷା। ଆଗାମୀ ଦେବସ୍ନାନ ପୂର୍ଣ୍ଣିମା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣବସର ଦିନରେ ଅଲାରନାଥ ମନ୍ଦିରକୁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସୁବିଧା, ସୁରକ୍ଷା ଏବଂ ସୁଚାରୁ ଦର୍ଶନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଆଇଜି ବ୍ରହ୍ମଗିରିସ୍ଥିତ ଶ୍ରୀ ଅଲାରନାଥ ମନ୍ଦିର ପରିଦର୍ଶନ କରିଥିଲେ। ମନ୍ଦିର ପରିସର, ଭକ୍ତମାନଙ୍କ ଦର୍ଶନ ବ୍ୟବସ୍ଥା, ପ୍ରବେଶ ଓ ପ୍ରସ୍ଥାନ ପଥ, ଗାଡି ପାର୍କିଂ ସ୍ଥାନ, ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ଏବଂ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଦିଗର ସମୀକ୍ଷା କରିଥିଲେ। ଅଲାରନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସଦସ୍ୟମାନଙ୍କ ସହିତ ଆଲୋଚନା କରି ସେ ଅନବସର ସମୟରେ ହେଉଥିବା ବ୍ୟାପକ ଭିଡ଼ ଓ ଭକ୍ତମାନଙ୍କ ଆଗମନ ସମ୍ପର୍କରେ ବିସ୍ତୃତ ତଥ୍ୟ ଗ୍ରହଣ କରିଥିଲେ।ଭକ୍ତମାନେ କିପରି ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ଦର୍ଶନ କରିପାରିବେ, ଦର୍ଶନ ପାଇଁ ସୁବ୍ୟବସ୍ଥିତ ଧାଡ଼ି ବ୍ୟବସ୍ଥା, ବୃଦ୍ଧ, ମହିଳା ଓ ଦିବ୍ୟାଙ୍ଗ ଭକ୍ତଙ୍କ ସୁବିଧା, ଜରୁରୀକାଳୀନ ସେବା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ଆଇଜି। ମୋଟ ୧୨ ପ୍ଲାଟୁନ୍ ପୋଲିସ୍ ଫର୍ସ ମୁତୟନ ହେବା ନେଇ ସୂଚନା ଦେଲେ ଆଇଜି।
