ଜାତୀୟ ରାଜପଥ ଉପରେ ବେଆଇନ୍ ପାର୍କିଂ

ଜାତୀୟ ରାଜପଥ ଉପରେ ବେଆଇନ୍ ପାର୍କିଂ। ଜବରଦଖଲ ହୋଇ ଏବେ ସଙ୍କୁଚିତ ପୁରୀ ବଡଦାଣ୍ଡ। ଜିଲ୍ଲାପାଳଙ୍କ କଡା ଚେତାବନୀ। ଆଗକୁ ଏନଫୋର୍ସମେଣ୍ଟ କଡାକଡି କରାଯିବ ଏବଂ ବଡଦାଣ୍ଡରେ ଗାଡି ପାର୍କିଂ କରିଥିଲେ ସମ୍ପୃକ୍ତ ଗାଡିକୁ ଫାଇନ୍ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ୟଜୋତି ପରିଡା। 2002 ରୁ ଜାତୀୟ ରାଜପଥ ମାନ୍ୟତା ପାଇଥିବା ବଡଦାଣ୍ଡ, ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ମାଳମାଳ ବାଇକ୍,,ଅଟୋ,ବସ୍ ଦ୍ବାରା ଅବରୋଧ । ଶ୍ରୀହୀନ ଭଳି ଦିଶୁଛି ବଡଦାଣ୍ଡ। ଟିକିଏ ଭଲକରି ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ। ଜାତୀୟ ରାଜପଥ ମାନ୍ୟତା ପାଇଥିବା ତିନି କିଲୋମିଟର ପରିବ୍ୟାପ୍ତ ପୁରୀ ବଡଦାଣ୍ଡରେ ଯେଉଁଆଡେ ଆପଣ ନଜର ପକାଇବେ ଖାଲି ମାଳମାଳ ବାଇକ୍ ପାର୍କିଂ, ବସ୍ ପାର୍କିଂ, ଅଟୋ ପାର୍କିଂ। ଅଧାରୁ ଅଧିକ ବଡଦାଣ୍ଡ ଏବେ ଗାଡି ପାର୍କିଂ କବଜାରେ। ଗୋଟିଏ ପଟେ ଉଠାଦୋକାନୀଙ୍କ କବଜାରେ ବଡଦାଣ୍ଡ ରହିଥିବା ବେଳେ ,ଅନ୍ୟପଟେ ବଡଦାଣ୍ଡ ଛାତି ଉପରେ ବେଆଇନ୍ ପାର୍କିଂ ବଡଦାଣ୍ଡର ସୀମାକୁ ପୁରା ସଙ୍କୁଚିତ କରିଛି। ଯାହାକୁ ନେଇ ପ୍ରଶାସନର ଅପାରଗତାକୁ ଦାୟୀ କରିଛନ୍ତି ସହରବାସୀ।

ଆଇନଜୀବୀଭିଓ- ସେପଟେ ପର୍ଯ୍ୟଟନ ସହର ପୁରୀକୁ ଦିନକୁଦିନ ଭକ୍ତ, ଶ୍ରଦ୍ଧାଳୁ, ତୀର୍ଥଯାତ୍ରୀ, ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ପ୍ରତ୍ୟକଦିନ ଗହଳି ଓ ଭିଡ ପରିଲକ୍ଷିତ ହେଉଛି। ପର୍ଯ୍ୟଟକଙ୍କ ଭିଡ ସମେତ ସହରବାସୀଙ୍କ ଯାତାୟାତ ମଧ୍ୟରେ ପୁରୀ ବଡଦାଣ୍ଡ କିନ୍ତୁ ସମ୍ପୂର୍ଣ୍ଣ ଲୁଚି ଯାଉଛି। ସେପଟେ ବଡଦାଣ୍ଡରେ ଏକାଧିକ ମଲ୍ ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନର ନିଜସ୍ୱ ପାର୍କିଂସ୍ଥଳ ନ ଥିବାରୁ ମାଳମାଳ ଗାଡି ବେଆଇନ୍ ପାର୍କ କରୁଛି। ଏଠି ପ୍ରଶ୍ନ ପୁରୀ ମହାନଗର ନିଗମର ଏନଫୋର୍ସ SQUAD କରୁଛି କଣ ?? ବିଭିନ୍ନ ମଲ୍ ଓ ବ୍ୟବସାୟୀକ ପ୍ରତିଷ୍ଠାନ ଆଗରେ ଗାଡି ପାର୍କ ହେଉଥିବାରୁ ସମ୍ପୃକ୍ତ ମାଲିକ ମାନଙ୍କ ଉପରେ କାହିଁକି ନିଆଯାଉ ନାହିଁ କାର୍ଯ୍ୟାନୁଷ୍ଠାନ ??? କାହିଁକି ସବୁ ଦେଖି ଚୁପ୍ ଜିଲ୍ଲା ଓ ପୋଲିସ ପ୍ରଶାସନ। ପାଟ୍ରୋଲିଂ କରୁଥିବା ପିସିଆର୍ ଭ୍ୟାନ କାହିଁକି ବେଆଇନ୍ ପାର୍କିଂ କରୁଥିବା ଲୋକଙ୍କୁ ସଚେତନ କରୁନାହିଁ ??? ଏଭଳି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି | ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଜାତୀୟ ରାଜପଥ ମାନ୍ୟତା ପାଇଥିବା ପୁରୀ ବଡଦାଣ୍ଡରୁ କେବେ ହଟିବ ବେଆଇନ୍ ପାର୍କିଂ ତାହା ଦେଖିବାକୁ ବାକି ରହିଲା l

Leave a Reply

Your email address will not be published. Required fields are marked *