ଓଡିଶା ରାଜ୍ୟ ସବ୍-ଜୁନିୟର ଓପନ ଓ ବାଳିକା ଚେସ୍ ଚମ୍ପିୟାନସିପ୍ ନିମନ୍ତେ ସାମ୍ବାଦିକ ସମ୍ମିଳନୀ

ପୁରୀ କ୍ଳବ ପକ୍ଷରୁ ଓ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ଏବଂ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ସହଯୋଗରେ 14 ବର୍ଷରୁ କମ ଓଡ଼ିଶା ରାଜ୍ୟ ସବ୍-ଜୁନିୟର ଓପନ୍ ଓ ବାଳିକା ଚେସ୍ ଚାମ୍ପିଅନସିପ୍ ଚଳିତମାସ ୧୭ ରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀ କ୍ଳବ ପରିସରରେ ଆୟୋଜିତ ହେବ। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୧୨୦ ଜଣ ଯୁବ ଚେସ୍ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଏହି ଟୁର୍ନାମେଣ୍ଟ ରୁ ଜାତୀୟ ଚାମ୍ପିଅନସିପ୍ ପାଇଁ ଓପନ୍ ଏବଂ ବାଳିକା ବିଭାଗର ଶ୍ରେଷ୍ଠ ୪ ଜଣ ଲେଖାଏଁ ଖେଳାଳି ମନୋନୀତ ହେବେ। ତେଲେଙ୍ଗାନାର ହାଇଦ୍ରାବାଦ ଠାରେ ହେବାକୁ ଥିବା ଆଗାମୀ ଜାତୀୟ ସବ୍-ଜୁନିୟର ଚେସ୍ ଚାମ୍ପିଅନସିପ୍ ରେ ସେମାନେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ। ଓପନ୍ ଓ ବାଳିକା ବିଭାଗର ଶ୍ରେଷ୍ଠ ୧୦ ଜଣ ଲେଖାଏଁ ଖେଳାଳିଙ୍କୁ ନଗଦ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯିବ. ଆଜି ଟୁର୍ନାମେଣ୍ଟ ର ଟ୍ରଫି ଲୋକାର୍ପଣ କରାଯାଇଛି ।l

Leave a Reply

Your email address will not be published. Required fields are marked *