ଶ୍ରୀମନ୍ଦିର ରତ୍ନଭଣ୍ଡାର କୁ ନେଇ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

ରତ୍ନଭଣ୍ଡାରକୁ ନେଇ ପୁଣି ଥରେ ଆସିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ।ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ କହିଛନ୍ତି ବାହାର ରତ୍ନଭଣ୍ଡାରର ୩ ଟି ଅଳଙ୍କାର ମିଶିଂ ଥିବା ମୁଁ କହିଁନାହିଁ।ବାହାର ରତ୍ନଭଣ୍ଡାର ଗଣତି ମଣତିସମୟରେ ୧୯୭୮ ମସିହା ତାଲିକା ଅନୁସାରେ ୩ ଟି ଅଳଙ୍କାର ଦେଇପାରି ନ ଥିଲେ। ହୁଏତ ଏହା ଭିତର ରତ୍ନଭଣ୍ଡାରରେ ରହିଥାଇପାରେ ବୋଲି ସେମାନେ କହିଥିବା ମୁଁ ପ୍ରତିକ୍ରିୟାରେ କହିଥିଲେ। ସେ ପୁଣି କହିଛନ୍ତି ୧୯୭୮ ମସିହା ତାଲିକା ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଗଣତି ମଣତିଶତ ପ୍ରତିଶତ ସମାନ ରହିଛି। ଭିତର ରତ୍ନଭଣ୍ଡାରର ପ୍ରତିଟି ଅଳଙ୍କାର ୧୯୭୮ ମସିହା ତାଲିକା ଅନୁସାରେ ମେଳକ କରାଯାଉଛି ।ପ୍ରତ୍ୟେକ ସ୍ୱର୍ଣ୍ଣ ଅଳଙ୍କାରର ବିଶିଷ୍ଟତା ରହିଛି । ସେଥିପାଇଁ ସମୟ ଲାଗୁଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ କହିଛନ୍ତି ଭିତର ରତ୍ନଭଣ୍ଡାର ଅସମ୍ପୂର୍ଣ୍ଣ ଗଣତି ପ୍ରକ୍ରିୟା ଗତକାଲି ଠାରୁ ପୁନର୍ବାର ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟା ୬.୨୪ ରେ ଆରମ୍ଭ ହୋଇ ୯.୨୫ ରେ ଶେଷ ହୋଇଥିଲା। ବଡ ମହାସ୍ନାନ ପାଇଁ ଦେଢ଼ ଘଣ୍ଟା ବିଳମ୍ବ ହୋଇଥିଲା ।ଦୁଇଟି ସିନ୍ଦୁକର ଗଣତି ଚାଲିଛି।ପ୍ରତ୍ୟେକ ଅଳଙ୍କାର ସହ ଦୁର୍ମୂଲ୍ୟ ମୋତି ମାଣିକ ଥିବାରୁ ଜେମୋଲୋଜିଷ୍ଟ ବା ରତ୍ନ ବିଶାରଦଙ୍କ ସହାୟତା ନିଆଯାଉଛି। ଭକ୍ତମାନେ ବାହାର କାଠରୁ ହିଁ ଦର୍ଶନ କରିବେ । ଯେଉଁ ଯେଉଁ ଦିନ ଗଣତି କରାଯିବ ସେଦିନ ଭିତର କାଠ ଦର୍ଶନ ବନ୍ଦ ରହିବ । ଗଣତି ସରିବା ପରେ ନୀତି ,କାନ୍ତିକୁ ଦେଖି ଭିତର କାଠ ଦର୍ଶନ ନିଷ୍ପତ୍ତି ନିଆଯିବ। ପ୍ରତ୍ୟେକ ଅଳଙ୍କାରର ଗଣତିମଣତିର ଫଟୋଗ୍ରାଫି,ଭିଡ଼ିଓଗ୍ରାଫି ଓ 3D MAPPING କରାଯାଉଛି। ଚଳିତ ମାସର ୧୧, ୧୨, ୧୯, ୨୧, ୨୩, ୨୬, ୨୮, ୨୯ ଏବଂ ୩୦ ତାରିଖ ଯାଏଁ ଚାଲିବ ଗଣତି କାର୍ଯ୍ୟ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ଏ ନେଇ ସୂଚନା ଦେଇଛନ୍ତି । ପ୍ରତିଦିନ ମଧ୍ୟାହ୍ନଧୂପ ପରେ ଭିତର ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇ ସନ୍ଧ୍ୟା ଧୂପ ଶେଷ ପର୍ଯ୍ୟନ୍ତ ଚାଲିବ।ପୂର୍ବରୁ ମୋଟ 9 ଦିନର ଗଣତିରେ ପ୍ରାୟ 57 ଘଣ୍ଟା 8 ମିନିଟ୍ ର ଗଣତି ହୋଇଥିଲା । ଭିତର ଭଣ୍ଡାରରେ 4 ଦିନର ଗଣତିରେ ପ୍ରାୟ 120 ରୁ ଉର୍ଦ୍ଧ୍ବ ରତ୍ନ ଅଳଙ୍କାରର ଗଣତି କାର୍ଯ୍ୟ ହୋଇଥିଲା।ବାଇଟ୍ ୧ – ଡଃ ଅରବିନ୍ଦ ପାଢୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବାଇଟ୍ ୨ – ଜଷ୍ଟିସ ବିଶ୍ୱନାଥ ରଥ,ଅଧ୍ୟକ୍ଷ ,ରତ୍ନଭଣ୍ଡାର ତଦାରଖ କମିଟି

Leave a Reply

Your email address will not be published. Required fields are marked *