ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ ପ୍ରେରଣାଦାୟକ ଉପେଦ୍ର ମହାନ୍ତ




କାମାକ୍ଷାନଗର-ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବାମ ପଞ୍ଚାୟତ ଅନ୍ତର୍ଗତ ବାଲିସାହିରେ ଧୂପକାଠି ମେସିନ୍ ବସାଇ ଜୀବିକା ନିର୍ବାହ କରୁଛନ୍ତି ଉପେଦ୍ର ମହାନ୍ତ । ଉପେଦ୍ର ଗାଡି ଚଲାଇ ପରିବାର ପ୍ରତିପୋଷଣ କରୁଥିଲେ। କରୋନା କଟକଣା ପାଇଁ ଲକଡାଉନ ସମୟରେ ଘରେ ରହିଲେ ଯାହା ଫଳରେ ପରିବାର ପୋଷିବା ପାଇଁ ଅର୍ଥ ବାଧକ ସାଜିଲା । ମୋବାଇଲରେ ୟୁଟୁବ୍ ରେ ଭିଡିଓ ଦେଖି ଧୂପକାଠି ମେସିନ୍ ବସାଇବାକୁ ଇଛା ହୋଇଥିଲା। ଭୁବନେଶ୍ବରକୁ ଯାଇ ୧୫ ଦିନ ଧୂପକାଠି ବନାଇବା ପ୍ରଶିକ୍ଷଣ ନେବା ସହ ତାଙ୍କ ଜ୍ବାଇଁଙ୍କ ସାହାଯ୍ଯକ୍ରମେ ଧୂପକାଠି ମେସିନ୍ ବସାଇ ନିଜେ ସକ୍ଷମ ହେବାସହ ତାଙ୍କ ପ୍ରଚେଷ୍ଟାରେ ୮ ଜଣ ଲୋକ ଉପକୃତ ହୋଇପାରୁଛନ୍ତି। ତାଙ୍କଠାରୁ ପ୍ରେରଣାପାଇ କିଛି ରୋଜଗାର ପନ୍ଥା ଆପଣାଇ ପାରିବେ। ଭୁବନେଶ୍ବର ରୁ ଧୂପକାଠି ପାଇଁ ପ୍ରସ୍ତୁତି ସାମଗ୍ରୀ ଆଣି ଘରେ ଦିନକୁ ୧୦୦ପ୍ଯାକେଟ ଧୂପକାଠି ତିଆରି କରି ଢେଙ୍କାନାଳ ଜିଲ୍ଲାର କଙ୍କଡାହାଡ ବ୍ଲକ, କେନ୍ଦୁଝର ଜିଲ୍ଲାର ତେଲକୋଇ ବ୍ଲକ ଯାଜପୁର ସୁକିନ୍ଦା ବ୍ଲକର ବିକ୍ରି କରିଥାନ୍ତି । ଓ ଗାଁ ଗହଳିରେ ବିକ୍ରି କରି ମାସକୁ ୫୦ ହଜାର ଟଙ୍କା ରୋଜଗାର କରି ପ୍ରତିପୋଷଣ ହୋଇପାରୁଛନ୍ତି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *