କରୋନାକୁ ଆମନ୍ତ୍ରଣ କରିବ କି ସାପ୍ତାହିକ ହାଟ, ପ୍ରଶାସନ ସାଜିଛି ନିରବଦ୍ରଷ୍ଟା

କାମାକ୍ଷାନଗର– ମହାମାରୀ ବର୍ତ୍ତମାନ ସାରା ବିଶ୍ଵରେ ତା’ର କୋପ ବଢେଇ ବାରେ ଲାଗିଛି ଏଥିପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ହୁଅନ୍ତୁ ବାରମ୍ଵାର ସାଧାରଣ ଲୋକ ଙ୍କୁ ସଚେତନ କରାଇବା ସହ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ମଧ୍ୟ ଏଥିରୁ ବାଦ ପଡ଼ିନାହିଁ କିନ୍ତୁ ଆଜି ଦେଖିବାକୁ ମିଳିଛି ଢେଙ୍କାନାଳ ସହର ସ୍ଥିତ ଅଳସୁଆ ହାଟ ରେ ଶହଶହ ଲୋକ ଏକାଠି ହୋଇଛନ୍ତି। କିନ୍ତୁ ପ୍ରାୟ ଲୋକଙ୍କ ମୁହଁରେ ନା ଅଛି ମାକ୍ସ ନା ସାମାଜିକ ଦୂରତା ତେଣୁ ଏଥିରୁ ଅନୁମାନ କରାଯାଇ ପାରେ ଆମ ଜିଲ୍ଲାପ୍ରଶାସନ ପୋଲିସ ପ୍ରଶାସନ ଏବଂ ପୌରପ୍ରଶାସନ କେତେ ସଜାଗ। ଆଜିର ଏ ଗହଳି ରୁ ଅନୁମାନ କରାଯାଇପାରେ ଯେ ଆଗାମୀ କିଛି ଦିନ ମଧ୍ୟରେ ଢେଙ୍କାନାଳ ରେ ମହାମାରୀ ନିଶ୍ଚୟ ଉଗ୍ରରୂପ ଧାରଣ କରିବ ଏଥିରେ ସନ୍ଦେହ ନାହିଁ କିନ୍ତୁ ଏବେ ଦେଖିବାକୁ ବାକି ରହିଲା ସମସ୍ତ ପ୍ରଶାସନ କ’ଣ ପଦକ୍ଷେପ ଗ୍ରହଣ କରୁଛି। ଏବଂ ମହାମାରୀ ଠାରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେଉଛି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *