ଅସୁସ୍ଥ ମାଈ ହାତୀ ଛୁଆକୁ ଟ୍ରଙ୍କୁଲାଇଜ କରି ଚିକିତ୍ସା କଲା ବନ ବିଭାଗ

କାମାକ୍ଷାନଗର-ଢେଙ୍କାନାଳ ବନଖଣ୍ଡ ମହାବୀରରୋଡ ରେଞ୍ଜ୍ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଆମ୍ବ ପଳାଶ ସଂରକ୍ଷିତ ଜଙ୍ଗଲ ରେ ଏକ ଗୋଠ ଛଡା ଅସୁସ୍ଥ ମାଈ ହାତୀ କୁ ଟ୍ରଙ୍କୁଲାଇଜ କରି ଚିକିତ୍ସା କରିଛି ବନ ବିଭାଗ। ସୂଚନା ମୁତାବକ ଦେବଗଡ଼ ବନ ଖଣ୍ଡ ରୁ ଏକ୍ ଗୋଠ ଛଡା ମାଈ ହାତୀ ଟି ମହାବିରୋଡ଼ ରେଞ୍ଜ୍ ଅଞ୍ଚଳକୁ ଆସିଥିବା ବେଳେ, ମାଈ ହାତୀ ଟି ର ଶୁଣ୍ଢ ନିକଟରୁ କୌଣସି କାରଣରୁ ସଂକ୍ରମଣ ହୋଇ ରକ୍ତ ସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା । ତେବେ ଏ ନେଇ ବନ ବିଭାଗ ଜାଣିବା ପରେ ଢେଙ୍କାନାଳ ବନ ଖଣ୍ଡ ଅଧିକାରୀ ହାତୀ ନିକଟେ ପହଂଚି ହାତୀ ଟି କୁ ଟ୍ରଙ୍କୁଲାଇଜ କରି ଚିକିତ୍ସା କରିଛନ୍ତି। ତେବେ ହାତୀ ଟି ଚିକିତ୍ସା ପରେ ହାତୀ ଟି ସୁସ୍ଥ ଥିବା ବନ ବିଭାଗ ସୂଚନା ଦେଇଥିବା ବେଳେ, କେଉଁ କାରଣରୁ ହାତଟି ସଂକ୍ରମଣ ହୋଇଛି ତାହା ଏବେ ସ୍ପଷ୍ଟ ହୋଇନଥିବା ଜଣାପଡିଛି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର।

Leave a Reply

Your email address will not be published. Required fields are marked *