ବଡଦାଣ୍ଡରେ ଉଦଘାଟିତ ହେଲା ଅରୁନ୍ଧତୀ ଜୁଏଲର୍ସ
ପୁରୀ,୧୧/୯-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ରରେ ପବିତ୍ର ବଡଦାଣ୍ଡରେ ଓଡ଼ିଶାର ନିଜସ୍ବ ଜୁଏଲରୀ ବ୍ରାଣ୍ଡ ଅରୁନ୍ଧତୀ ଜୁଏଲର୍ସ ତାର ନବମ ସୋ ରୁମ ଉଦଘାଟିତ ହୋଇଯାଇଛି । ଏହାକୁ ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ ଆମ୍ବାସେଡେର ଚଳଚ୍ଚିତ୍ର ନାୟିକା ଅର୍ଚ୍ଚିତା ସାହୁ ଉଦଘାଟନ କରି କହିଲେ ଜଗନ୍ନାଥଙ୍କ ଧାମକୁ ଆସୁଥିବା ପର୍ଯ୍ୟଟକ ତୀର୍ଥଯାତ୍ରୀଙ୍କ ସମେତ ସହରବାସୀ ଓଡ଼ିଶାର ନିଜସ୍ବ କଳା ଶୈଳୀରେ ନିର୍ମିତ ଗହଣା କିଣିବାର ସୁବିଧା ପାଇପାରିବେ । ଅନୁଷ୍ଠାନର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର କହିଲେ ୨୫ ବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ଆଶିର୍ବାଦରୁ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ ସୋ ରୁମ ଖୋଲି ଚାଲିଛି । ଏହି ସୋ ରୁମ ୮ ହଜାର ବର୍ଗ ଫୁଟ ସ୍ଥାନରେ ୧୦ ହଜାରରୁ ଉର୍ଦ୍ଧ୍ବ ଅତ୍ଯାଧୁନିକ ଡିଜାଇନର ହଲମାର୍କ ଥିବା ସୁନା, ହୀରା ଓ ରୂପା ଗହଣା ଗ୍ରାହକ କିଣି ପାରିବେ । ଏହା ସହ ସମ୍ବଲପୁରୀ ହସ୍ତତନ୍ତ ଶାଢୀ କିଣି ପାରିବେ ।

ଏହି ସୋ ରୁମ ରେ ଆକର୍ଷଣୀୟ ଅଫର ଭାବେ ସୁନା ଗହଣା ଉପରେ ୫୦ ପ୍ରତିଶତ ରିହାତି ରହିଛି । ସମ୍ବଲପୁରୀ ଶାଢୀ କ୍ରୟ ଉପରେ ୧୫ ପ୍ରତିଶତ ରିହାତି ରହିଛି । ପ୍ରାରମ୍ଭରେ ଅତିଥିମାନଙ୍କୁ ସ୍ବାଗତ ଉଦ୍ଦେଶ୍ଯରେ ମାହାରୀ ନୃତ୍ଯ ପରିବେଷଣ କରାଯାଇଥିବା ବେଳେ ଉପସ୍ଥାପିକା ଶୋଭନା ମିଶ୍ରଙ୍କ ମଧୁର କଣ୍ଠରେ ଉପସ୍ଥାପନ କରିଥିଲେ । ସକାଳ ୧୧ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସୋ ରୁମ ଦେଖିବା ଓ କିଣିବା ପାଇଁ ଗ୍ରାହକ ଭିଡ ଜମିଥିଲା । ଏହି ଉଦଘାଟନୀ ଉତ୍ସବରେ ନିଦ୍ଦେର୍ଶକ ଗୌରାଙ୍ଗ ମେହେର, ଲକ୍ଷ୍ମୀ ମେହେର, ଅଚ୍ୟୁତ ମେହେର ଓ ମାନ୍ଯଗଣ୍ଯ ବ୍ଯକ୍ତିମାନେ ଉପସ୍ଥିତ ଥିଲେ ।
