ବ୍ଲକ ସ୍ତରୀୟ ମନରେଗା ଜନ ଶୁଣାଣି ଶିବିର

ଧରାକୋଟ:-୧୦/୦୯ ଧରାକୋଟ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ମନରେଗା ଯୋଜନାର ଜନ ଶୁଣାଣି ଶିବିର ଭଞ୍ଜନଗର ଉପ ଜିଲ୍ଲାପାଳ ଅନିଲ କୁମାର ସେଠୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀଉନ୍ନୟନ ଅଧିକାରୀ ଡେନିସ ବେହେରା,ଅତିରିକ୍ତ ଗୋଷ୍ଠୀଉନ୍ନୟନ ଅଧିକାରୀ ସୁଶିଲ ପଟ୍ଟନାୟକ, ଏ ପି ଓ କୃଷ୍ଣ ଚନ୍ଦ୍ର ବେହେରା ମଞ୍ଚାସିନ ରହି ମନରେଗା ଯୋଜନାର ଜନ ଶୁଣାଣିରେ ଭାଗ ନେଇଥିଲେ। ବ୍ଲକ ସାମାଜିକ ସମୀକ୍ଷକ ଭଗବାନ ପଣ୍ଡା ସମୀକ୍ଷା ର ବିବରଣୀ ଉପସ୍ଥାପନ କରିଥିଲେ । ଓଡ଼ିଶା ସାମାଜିକ ସମୀକ୍ଷା, ଉତ୍ତର ଦାୟିତ୍ଵ ଓ ସ୍ବଚ୍ଛତା ସମିତି ର ସୌଜନ୍ୟରେ ଅନୁଷ୍ଠିତ ୨୦୨୩, ୨୪ ମସିହାର ଜନ ଶୁଣାଣିରେ ବିଭାଗୀୟ ଅଧିକାରୀ ସତ୍ୟ ନାରାୟଣ ବେହେରା,ମନରେଗା ଯୋଜନା ବିଭାଗର ଅମେସ ବେହେରା,ସଞ୍ଜୀବ ରାଉଳ,ଦୀପକ ପଟ୍ଟନାୟକ,ଆଶୁତୋଷ ପ୍ରଧାନ ପ୍ରମୁଖ ଏଥିରେ ସହଯୋଗ ପ୍ରଦାନ କରିଥିଲେ। ଆଜିର ଜନ ଶୁଣାଣିରେ ମୁଖ୍ୟତଃ ଗ୍ରାମାଞ୍ଚଳର ଶ୍ରମିକ ମାନଙ୍କୁ ଅଧିକ ସଂଖ୍ୟାରେ କର୍ମ ନିଯୁକ୍ତି ଦେବା,ଅଧିକ କର୍ମ ଦିବସ ସୃଷ୍ଟି କରିବା ସହ ବକେୟା ନିର୍ମାଣ କାର୍ଯ୍ୟ କୁ ତୁରନ୍ତ ସମ୍ପୂର୍ଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏ ପି ଓ କୃଷ୍ଣ ଚନ୍ଦ୍ର ବେହେରା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *