ଗୁରୁକୁଳ ଶିକ୍ଷାନିକେତନରେ ଶ୍ରୀ ଅରବିନ୍ଦଙ୍କର ୧୫୩ ତମ ଜନ୍ମଜୟନ୍ତୀ

‌ ଗୁରୁକୁଳ ଶିକ୍ଷାନିକେତନରେ ଶ୍ରୀ ଅରବିନ୍ଦଙ୍କର ୧୫୩ ତମ ଜନ୍ମଜୟନ୍ତୀ ଓ ୭୮ ତମ ସ୍ୱାଧୀନତା ଦିବସ ପାଳିତ..୧୫.0୮. ୨୪ତିହିଡି, ସିନ୍ଦୋଳଆଜି ତା ୧୫. ୮. ୨୪ ରିଖ ଗୁରୁବାର ଗୁରୁକୁଳ ଶିକ୍ଷାନିକେତନ, ସିନ୍ଦୋଳ, ସେନବାଡ଼ ରେ “ଶ୍ରୀ ଅରବିନ୍ଦଙ୍କର ୧୫୩ ତମ ଜନ୍ମଜୟନ୍ତୀ” ଏବଂ “୭୮ ତମ ସ୍ୱାଧୀନତା ଦିବସ” ପରିପ୍ରେକ୍ଷୀରେ ଗୁରୁକୁଳ ଟ୍ରଷ୍ଟର ଟ୍ରଷ୍ଟି ପଦ୍ମିନୀ ଜେନା ମାତୃ ପତାକା ଉତ୍ତୋଳନ କରିଥିଲେ, ତାହାପରେ ଗୁରୁକୁଳ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ଦୈତାରୀ ଜେନା ଘ ୭. ୩0 ମିନିଟ ସମୟରେ ପତାକା ଉତ୍ତୋଳନ କରିଥିଲେ, ତତ ପରେ ପରେ ବିଦ୍ୟାଳୟରେ କୁନି କୁନି ପ୍ରତିଭାମାନଙ୍କ ଦ୍ୱାରା ଆଜିକାର ଏହି ମହାନ ଦିବସ ଅବସରରେ ବହୁ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ରଖାଯାଇଥିଲା

,ତୃତୀୟ ଶ୍ରେଣୀର ଛାତ୍ର ପ୍ରତ୍ୟୁଷ ପ୍ରଦୁମ୍ନ ଜେନା ସଂସ୍କୃତରେ ଅଭିଭାଷଣ ରଖିଥିଲେ ହିନ୍ଦୀରେ ପଞ୍ଚମ ଶ୍ରେଣୀର ଛାତ୍ର ସ୍ୱାଗତମ ମଲିକ ବକ୍ତବ୍ୟ ରଖିଥିଲେ, ଇଂରାଜୀରେ ତୃତୀୟ ଶ୍ରେଣୀର ଛାତ୍ରୀ ପ୍ରତିମା ମଳିକ ଓ ରାଧାଶ୍ୟାମ ଦାଶ ବକ୍ତବ୍ୟ ରଖିଥିଲେ, ଓଡ଼ିଆରେ ଚତୃର୍ଥ ଶ୍ରେଣୀର ଛାତ୍ର ଜିତେନ୍ଦ୍ର ଘଡେଇ ବକ୍ତବ୍ୟ ରଖିଥିଲେ,ସର୍ବଶେଷରେ ମା ଶ୍ରୀ ଅରବିନ୍ଦଙ୍କୁ ଧ୍ୟାନପୂର୍ବକ ନିରବ ଧ୍ୟାନରେ ଆଜିର ଦିବସଟିକୁ ସଙ୍ଗ କରାଯାଇଥିଲା, ଏହି କାର୍ଯ୍ୟକ୍ରମ ଓ ପାଠଚକ୍ରକୁ ସଂଚାଳନ କରିଥିଲେ, ବିଦ୍ୟାଳୟରେ ଭାଇସ ପ୍ରିନସିପାଲ ରଞ୍ଜନ ଶୁକ୍ଳ, ସହକାରୀ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳି ଶତପଥୀ, ଶିକ୍ଷୟତ୍ରୀ ଅନୁସୟା ପରିଡା, ଗୁରୁଜୀ ବିଚିତ୍ର ବେହେରା ଅଭିଭାବକ ଖୁରସିଦ ଆଲାମ ପ୍ରମୁଖ ଗ୍ରହଣ କରିଥିଲେ.. ଭଦ୍ରକ ରୁ ପୁନିଲ ସାମନ୍ତ

Leave a Reply

Your email address will not be published. Required fields are marked *