ସ୍ବାଧୀନ ଦେଶର ନାଗରିକ
ଆମେ
ସ୍ବାଧୀନ ଦେଶର ନାଗରିକ ଆମେ ଭାରତ ଆମରି ମାଆ
ଭାରତ ମାତାର ସନ୍ତାନ ହେବାରୁ ଭାରତ ଆମରି ସାହା।
ଆମେ ପାଳୁଅଛୁ ସ୍ବାଧୀନତା ଦିନ
କେତେ ମନ ହରଷରେ
ଛାତି ଫୁଲୁଅଛି ଗର୍ବରେ ଆମ ତ୍ରିରଙ୍ଗା ପତାକା ତଳେ
ଆମେ ଦେଉଛୁ ଅମାପ ସମ୍ମାନ ଆମରି ତ୍ରିରଙ୍ଗା ପତାକାକୁ
ଭାଗ୍ୟମାନେ ଆମେ ପତାକା ଉଡାଇ ସ୍ମୃତି କରୁ ଅତୀତ କୁ।
ଆମରି ପତାକା ଜାତୀୟ ପତାକା ଜାତିର ଅମୂଲ୍ୟ ଧନ
ସତେ କି ଯେପରି ହାତରେ ଧରି ମୁଁ ମଣଇ ଯେ ଭାଗ୍ୟବାନ।
ଏହି ପତାକା କୁ ଅନେକ ସମ୍ମାନ ଅନେକ ଯେ ଅବଦାନ
ଏହି ପତାକା ଟି ଭାରତୀୟ ପାଇଁ ଆମେ ସବୁ ଭାଗ୍ୟବାନ।
ଆମରି ପତାକା ତ୍ରିରଙ୍ଗା ପତାକା ସମ୍ମାନ ର ଯେ ପ୍ରତିକ
ସବୁ ଦେଶବାସୀ ସମ୍ମାନ ଦିଅନ୍ତି ସମସ୍ତେ ଦେଶ ରକ୍ଷକ।

ପ୍ରକୃତି ବନ୍ଧୁ ହରିହର ସାହୁ
ରାଜ୍ୟ, ପ୍ରକୃତି ବନ୍ଧୁ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
