ସ୍ୱାଧୀନ ରେସିଡେଣ୍ଟାଲ କଲେଜ ଛାତ୍ର ଲକ୍ଷ୍ମଣ ବାରିକ ଜିଲ୍ଲା ଟପ୍ପର।
ନିମାପଡ଼ା ( )ନିଜର ଦୃଢ଼ ସଂକଳ୍ପ ଆଗରେ ଗରିବ ହାର ମାନିଥାଏ। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ନିମାପଡ଼ା ସ୍ୱାଧୀନ ରେସିଡେଣ୍ଟାଲ କଲେଜର ଛାତ୍ର ଲକ୍ଷ୍ମଣ ବାରିକ। ଚଳିତ +2 ପରୀକ୍ଷାରେ 592 ନମ୍ବର ରଖି ଜିଲ୍ଲା ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି।।ପିଲାଟି ଦିନରୁ ବାପାଙ୍କୁ ହରାଇ ଥିବା ଲକ୍ଷ୍ମଣ ବହୁ ଅଭାବ ଅନାଟନ ଭିତରେ ମାଟ୍ରିକରେ 93 ପରସେଣ୍ଟ ମାର୍କ ରଖି ନିମାପଡ଼ା ସ୍ୱାଧୀନ ରେସିଡେଣ୍ଟାଲ କଲେଜରେ + 2 ସାଇନ୍ସରେ ନାମ ଲେଖାଇ ଥିଲେ। କଲେଜର ଅଧ୍ୟକ୍ଷ ଲକ୍ଷ୍ମଣ ଜଣେ ମେଧାବୀ ଛାତ୍ର ହୋଇଥିବାରୁ ତାଙ୍କୁ ନିଜର ପ୍ରତ୍ୟକ୍ଷ ତତ୍ୱାବଧାନରେ ଗାଇଡ଼ କରି ଶିକ୍ଷା ଦାନ ଦେଇଥିଲେ । ଦିନକୁ ପ୍ରାୟ 12 ଘଣ୍ଟା ପରିଶ୍ରମ କରି ମୋଟ 600 ମାର୍କରୁ ସର୍ବାଧିକ 592 ନମ୍ବର ରଖି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ସଫଳତାର ସମସ୍ତ ଶ୍ରେୟ ବିଦ୍ୟାଦାତା ଗଣେଶ ପ୍ରଭୁଙ୍କୁ ଦେବା ସହ ନିଜର ମା ଭଉଣୀ କଲେଜର ପ୍ରିନସିପାଲ ସ୍ୱାଧୀନ ସାରଙ୍କୁ ଦେଇଥିବା କହିଛନ୍ତି। ଆଗାମୀ ଦିନରେ ସେ ବୈଜ୍ଞାନିକ ହେବାର ଲକ୍ଷ ରଖିଛନ୍ତି ସେ ଜଣେ ମେଧାବୀ ଛାତ୍ର ଭାବେ ଆବାସିକ ବିଦ୍ୟାଳୟରେ ବେଶ ପରିଚିତ। ନିଜର ଦୃଢ ନିଷ୍ଠା ପାଇଁ ନିମାପଡ଼ା ଅଂଚଳ ପାଇଁ ଗୌରବ ଆଣି ଦେଇଛନ୍ତି ଲକ୍ଷ୍ମଣ ବାରିକ।ତାଙ୍କର ଏହି ସଫଳତା ପାଇଁ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଶୁଭେଚ୍ଛା ଜଣାଇଛନ୍ତି।
