ଶ୍ରୀମନ୍ଦିର ସାନିଟାଇଜ

ଗୋଟିଏ ଦିନର ବିରତି ପରେ ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହେବ ଜଗାଦର୍ଶନ। ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ ବାହାର ଅଂଚଳକୁ ସାନିଟାଇଜ କରାଯାଇଛି। ପୁରୀ ଅଗ୍ନିଶମ ବିଭାଗର ଆଗ୍ନିକ ମାନେ ଜୋତାଷ୍ଟାଣ୍ଡ, ଓ ବ୍ୟାରିକେଡ଼ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ବାଇଶିପାହାଚ ସମେତ ଚତୁଃପାର୍ଶ୍ୱକୁ ସାନିଟାଇଜ କରିଛନ୍ତି ।ଗତ ଶୁକ୍ରବାର ବିଶ୍ୱକର୍ମା ପୂଜା ପାଇଁ ଦର୍ଶନ ବନ୍ଦ ଥିବା ବେଳେ ଗତକାଲି ଶନିବାର ଦର୍ଶନ ବ୍ୟବସ୍ତା ଚାଲୁରହିଥିଲା ।ଆସନ୍ତାକାଲି ଠାରୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୂଆ Sop ଅନୁଯାଇ ପୁଣି ଦର୍ଶନ ବ୍ୟବସ୍ତା ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *