ଇନସୁରାନ୍ସ ସ୍କାମ ମାମଲା : ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇ ନୋଟିସ୍

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ନୋଟିସ ଜାରି କରିଛି ସିବିଆଇ । ଇନସୁରାନ୍ସ ସ୍କାମ ମାମଲାରେ ମଲିକଙ୍କ ଠାରୁ କିଛି ସ୍ପଷ୍ଟୀକରଣ ଚାହୁଁଛି କେନ୍ଦ୍ରୀୟ ସଂସ୍ଥା ।

ମଲିକ ଗଣମାଧ୍ୟମକୁ କହିଛନ୍ତି ଯେ ସିବିଆଇ ତାଙ୍କୁ ଆକବର ରୋଡରେ ଥିବା ତାଙ୍କ ଗେଷ୍ଟ ହାଉସକୁ ‘କିଛି ସ୍ପଷ୍ଟୀକରଣ’ ପାଇଁ ଡାକିଛି। ସେମାନଙ୍କୁ କିଛି ତଥ୍ୟ ଦରକାର, ଯେଉଁଥିପାଇଁ ମୋତେ ଡକାଯାଇଛି | ମୁଁ ରାଜସ୍ଥାନ ଯାଉଛି । ତେଣୁ ମୁଁ ସେମାନଙ୍କୁ କହିଛି ଯେ ମୁଁ ଏପ୍ରିଲ ୨୭-୨୯ ମଧ୍ୟରେ ଉପଲବ୍ଧ ହେବି ।

କିଛି ଦିନ ତଳେ ସତ୍ୟପାଲ ମଲିକ ନ୍ୟୁଜ୍ ୱେବସାଇଟ୍ ‘ଦି ୱାୟାର’ର ବରିଷ୍ଠ ସାମ୍ବାଦିକ କରଣ ଥାପରଙ୍କୁ ଏକ ବିସ୍ଫୋରକ ସାକ୍ଷାତକାର ଦେଇଥିଲେ। ସାକ୍ଷାତକାରରେ ସତ୍ୟପାଲ ମଲିକ କେବଳ ପୁଲୱାମା ଆକ୍ରମଣ ପାଇଁ ମୋଦୀ ସରକାରଙ୍କୁ ଦାୟୀ କରିନଥିଲେ ବରଂ ଦୁର୍ନୀତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ମଧ୍ୟ କରିଥିଲେ। ସେହିପରି ଜମ୍ମୁ କାଶ୍ମୀର ଏବଂ ଗୋଆର ରାଜ୍ୟପାଳ ଥିବାବେଳେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଅନେକଥର ଦୁର୍ନୀତି ମାମଲା ଉଠାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା। ସେହିପରି ପ୍ରଧାନମନ୍ତ୍ରୀଙ୍କ କିଛି ପାଖ ଲୋକ ଜମ୍ମୁ କାଶ୍ମୀରରେ ଦଲାଲ ଚାକିରି ପାଇଁ ମୋ ନିକଟକୁ ଆସିଥିଲେ । ଏଥିପାଇଁ ତାଙ୍କୁ ୩୦୦ କୋଟି ଟଙ୍କା ଅଫର ଦିଆଯାଇଥିଲା। ସେ ଏହି କାମ କରିବାକୁ ମନା କରିଦେଇଥିଲେ। ସତ୍ୟପାଲ ମଲିକ କହିଛନ୍ତି ଯେ ମୁଁ ଏହା ନିଶ୍ଚିତ କହିପାରିବି ଯେ ପ୍ରଧାନମନ୍ତ୍ରୀ ଦୁର୍ନୀତିକୁ ଘୃଣା କରନ୍ତି ନାହିଁ।

Leave a Reply

Your email address will not be published. Required fields are marked *