ଆନ୍ତର୍ଜାତିକ ଯୋଗ ଦିବସ ପାଳନ।

ମିଳିତ ଜାତି ସଙ୍ଘ ରେ ଭାରତ ର ଜସ୍ୱଶୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ପ୍ରସ୍ତାବ ଅନୁସାରେ ପ୍ରତି ବର୍ଷ ଜୁନ 21 ତାରିଖ କୁ ସାରା ବିଶ୍ୱ ଅନ୍ତର୍ଜାତୀୟ ଯୋଗ ଦିବସ ରୂପେ ପାଳନ କରୁଛି | ଚଳିତ ବର୍ଷ ସୋରଡ଼ା ବ୍ଳକ ର ବିଭିନ୍ନ ସରକାରୀ ତଥା ବେସରକାରୀ ସଂସ୍ଥା ଗୁଡିକ ରେ ଯୋଗ କୁ ଲୋକାଭିମୁଖୀ କରାଇବା ପାଇଁ ଏହି ଯୋଗ ଦିବସ ପାଳନ କରାଯାଇଥିଲା |ସୋରଡ଼ା ଏନ. ଏ. ସି. ଦ୍ୱାରା ସୋରଡା ର ସ୍ମାର୍ଟ ପାର୍କ ଠାରେ ଏକ ସାମୁହିକ ଯୋଗ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ କି ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଯୋଗ ର ଉପକାରିତା ବିଷୟରେ ଲୋକଙ୍କୁ ବୁଝାଇଥିଲେ | ସୋରଡ଼ା ଏ ନ ସି ର ନଗର ପାଳ ଶିବ ଶଙ୍କର ପଣ୍ଡା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ଉପ କୁଳପତି ଶିବ ପ୍ରସାଦ ଅଧିକାରୀ ସମେତ ବରିଷ୍ଠ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l

ତା ସହିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ସୋରଡ଼ା ଚିକିତ୍ସାଳୟ ଠାରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା ସେଠାରେ ମଧ୍ୟ ବିଧାୟକ ଛୋଟ ଛୁଆ ତଥା ସ୍ୱାସ୍ଥ୍ୟ କର୍ମୀ ଙ୍କୁ ମଣିଷ ର ଦୈନନ୍ଦିନ ଜୀବନ ରେ ଯୋଗାର ଆବଶ୍ୟକ ତା କୁ ବୁଝାଇବା ସହ ଯୋଗ କୁ ଅଧିକ ରୁ ଅଧିକ ଲୋକାଭିମୁଖୀ କରାଇବା ପାଇଁ ଆହ୍ୱାନ କରିଥିଲେ | ତତସହିତ ବଡ଼ଗଡ଼ ର କଳିଙ୍ଗ ବଶ୍ୟ ମହିଳା ସଙ୍ଘ ତରଫରୁ କେବଳ ଗୃହିଣୀ ମାନଙ୍କୁ ନେଇ ଯୋଗ ଦିବସ ପାଳନ କରିଥିଲେ, ସେଠାରେ ଗୃହିଣୀ ମାନେ ପ୍ରତ୍ୟହ ସକାଳୁ ଯୋଗ କରି ସୁସ୍ଥ ରହୁଛନ୍ତି ବୋଲି ସଙ୍ଘ ର ସଭାପତି ମଧୁସ୍ମିତା ସରାବ କହିଥିଲେ |

Leave a Reply

Your email address will not be published. Required fields are marked *