ଗଁଦିଆ ରେ କ୍ୟାବିନେଟ ମନ୍ତ୍ରୀ ଓ ଲୋକସଭା ସାଂସଦ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା।
ଗଁଦିଆ ରେ କ୍ୟାବିନେଟ ମନ୍ତ୍ରୀ ଓ ଲୋକସଭା ସାଂସଦ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା।ଓଡ଼ିଶା ସରକାରଙ୍କ ମାନ୍ୟବର କ୍ୟାବିନେଟମନ୍ତ୍ରୀ (ଖାଉଟି କଲ୍ୟାଣ ଯୋଗାଣ ଓ ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ) ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ଢେଙ୍କାନାଳ ର ଲୋକସଭା ମାନ୍ୟବର ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି ଙ୍କୁ ବିପୁଳ ଭାବରେ ସ୍ବାଗତ ସମ୍ବର୍ଦ୍ଧନା ଗଁଦିଆ ମିନି ଷ୍ଟାଡିୟମରେ ରେ ଜୁନ୍ ମାସ ଏକୋଇଶି ତାରିଖ ପୂର୍ବାହ୍ନ ରେ ବିପୁଳ ଜନସମାଗମ ରେ ଦିଆଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଢେଙ୍କାନାଳ ଜିଲ୍ଲା ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ତଥା ପୋରୁହଖୋଜ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ରତିକାନ୍ତ ସାହୁ ଅଧ୍ୟକ୍ଷତା କରିଥିଲେ।

ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଆଡଭୋକେଟ୍ ନରେଶ କୁମାର ମହାପାତ୍ର, ବରିଷ୍ଠ ନେତା ସର୍ବଶ୍ରୀ ଅକ୍ଷୟ କୁମାର ମହାନ୍ତି, ହର୍ଷବର୍ଦ୍ଧନ ସିଂହଦେଓ, କୋଦଣ୍ଡ ଧର ସାହୁ,ନବ କିଶୋର ଗୁରୁ, ପ୍ରଫୁଲ୍ଲ କୁମାର ସାହୁ ଙ୍କ ସହିତ ସରପଞ୍ଚ ଅଜୟ କୁମାର ମହାନ୍ତି, ମାନଭଞ୍ଜନ ମହାନ୍ତି ଙ୍କ ସହିତ ଗଁଦିଆ ବ୍ଳକ ର ଅନେକ ସରପଞ୍ଚ ଓ ସମିତି ସଭ୍ୟ ଓ ବ୍ଳକ ର ଭାରତୀୟ ଜନତା ପାର୍ଟିର କର୍ମ କର୍ତ୍ତା ଙ୍କ ଉପସ୍ଥିତି ରେ ଗଁଦିଆ ବ୍ଳକ ର ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନ୍ୟବର ମନ୍ତ୍ରୀ ଓ ଲୋକସଭା ସାଂସଦ ଙ୍କୁ ଫୁଲ ତୋଡା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନାଗରିକ ମଞ୍ଚ,ଯାଦବ ସଂଘ, ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟ, ମହିମା ମହାବିଦ୍ୟାଳୟ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଗଁଦିଆ ପାଟଣା, ଗଁଦିଆ ସ୍ମୃତି ସଂସଦ ଗଁଦିଆ, ଶ୍ରୀରାମଚନ୍ଦ୍ରପୁର ଆଞ୍ଚଳିକ ବାଦ ପାଲା ପ୍ରତିଷ୍ଠାନ, ଗଁଦିଆ ବ୍ଳକ ସହାୟକ ସଂଗଠନ, ମହିଳା ସ୍ବୟଂ ସହାୟିକା ଦଳ ଗଁଦିଆ, ଗଁଦିଆ ପ୍ରେସ କ୍ଲବ, ଗଁଦିଆ ଡିଜିଟାଲ ମିଡିଆ, ଗଁଦିଆ ମିଳିତ ସାମ୍ବାଦିକ ସଂଘ, ଙ୍କ ସହିତ ଅନେକ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନ୍ୟବର ମନ୍ତ୍ରୀ ଓ ଲୋକସଭା ସାଂସଦ ଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଗଁଦିଆ ର ସର୍ବାଙ୍ଗୀନ ବିକାଶ ପାଇଁ ମାନ୍ୟବର ଖାଉଟି କଲ୍ୟାଣ,ଯୋଗାଣ ଓ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ପାତ୍ର ଓ ମାନ୍ୟବର ସାଂସଦ ଶ୍ରୀ ପାଣି କାର୍ଯ୍ଯ କରିବେ ବୋଲି ଦୃଢେ଼ାକ୍ତି ପ୍ରଦାନ କରିଥିଲେ। ଭାରତୀୟ ଜନତା ପାର୍ଟିର ର ବରିଷ୍ଠ ନେତା ଡାକ୍ତର ଶାନ୍ତି ଭୂଷଣ ପଣ୍ଡା, ହର୍ଷବର୍ଦ୍ଧନ ସିଂହଦେଓ, କୋଦଣ୍ଡ ଧର ସାହୁ, ରତିକାନ୍ତ ସାହୁ, ଅକ୍ଷୟ କୁମାର ମହାନ୍ତି ଗଁଦିଆ ବାସୀ ବିପୁଳ ପରିମାଣର ଭୋଟ୍ ଦେଇ ଉଭୟ ଙ୍କୁ ଜିତାଇ ଥିବାରୁ ଉପସ୍ଥିତ ଜନସାଧାରଣଙ୍କୁ ମଞ୍ଚ ଉପରୁ କୃତଜ୍ଞତା ଜ୍ଞାପନ କରିବା ସହ ଗଁଦିଆ ମାଟି କୁ ପ୍ରଣାମ ଜ୍ଞାପନ କରିଥିଲେ।
